ୱାଲମାର୍ଟ ଷ୍ଟୋରରେ ଗୁଳିକାଣ୍ଡ, ଅନେକ ମୃତାହତ
ଭର୍ଜିନିଆ: ଆମେରିକାର ବଡ଼ ୱାଲମାର୍ଟ ଷ୍ଟୋର୍ ରେ ଗୁଳିକାଣ୍ଡ ଘଟିଛି । ଏହି ଘଟଣାରେ ଅନେକ ମୃତାହତ ହୋଇଥିବା ଖବର ରହିଛି।
ଭର୍ଜିନିଆ ପୋଲିସର ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ଆମେରିକାର ଭର୍ଜିନିଆର ୱାଲମାର୍ଟ ଷ୍ଟୋର୍ରେ ଜଣେ ବନ୍ଧୁକଧାରୀ ବ୍ୟକ୍ତି ହଠାତ୍ ଭିଡ଼ ଉପରକୁ ଗୁଳି ଚଳାଇଥିଲେ। ନଗର ଅଧିକାରୀ କହିଛନ୍ତି ଯେ ପୋଲିସର ପାଲଟା କାର୍ଯ୍ୟାନୁଷ୍ଠାନରେ ଆକ୍ରମଣକାରୀ ମଧ୍ୟ ନିହତ ହୋଇଛି ।
ଅନୁସନ୍ଧାନକାରୀ ଏବଂ ପୋଲିସ ଦୋକାନ ଏବଂ ଅଞ୍ଚଳରେ ଖୋଜାଖୋଜି କରୁଥିବା ବେଳେ ବହୁ ସଂଖ୍ୟାରେ ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଥିବା ଏକ ନ୍ୟୁଜ୍ ଫୁଟେଜରେ ଦେଖିବାକୁ ମିଳୁଛି। ଆହତଙ୍କ ପ୍ରକୃତ ସଂଖ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିନ୍ତୁ କିଛି ଗଣମାଧ୍ୟମ ରିପୋର୍ଟରେ ଏହି ଘଟଣାରେ ପ୍ରାୟ ୧୦ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି ।
