କନ୍ଧମାଳ ଜିଲାରେ ଲଜ୍ଜା : ଅନ୍ତସ୍ୱତା ହେଲେ ଷଷ୍ଠ ଶ୍ରେଣୀ ଛାତ୍ରୀ
ଦାରିଙ୍ଗବାଡି : କନ୍ଧମାଳ ଜିଲାରେ ପୁଣି ଲଜ୍ଜା । ଜଣେ ଷଷ୍ଠ ଶ୍ରେଣୀର ନାବାଳିକା ଛାତ୍ରୀ ଦୁଇମାସର ଅନ୍ତସ୍ୱତା ହୋଇଛନ୍ତି । ଦାରିଙ୍ଗବାଡି ଥାନା ଅଞ୍ଚଳର ଏକ ଆଶ୍ରମ ବିଦ୍ୟାଳୟରୁ ଆସିଛି ଏଭଳି ଲଜ୍ଜା ଜନକ ଘଟଣାର ଅଭିଯୋଗ । କୋରୋନା ପାଇଁ ଦୀର୍ଘ ଦିନ ହେଲା ବିଦ୍ୟାଳୟ ଗୁଡ଼ିକ ବନ୍ଧ ରହିଥିଲା । ସରକାରଙ୍କ ଗାଇଡ଼ଲାଇନ ଆସିବା ପରେ ଗତ ନଭେମ୍ବର ୧୫ ରୁ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଖୋଲିଛି ।
ଆଉ ଏଭଳି ସ୍ଥଳେ ସମ୍ପୃକ୍ତ ନାବାଳିକା ଜଣକ ମଧ୍ୟ ଆଶ୍ରମ ବିଦ୍ୟାଳୟକୁ ଆସିଥିଲେ । ତେବେ ଗତ ୩୦ ତାରିଖରେ ଆଶ୍ରମ ବିଦ୍ୟାଳୟରେ ରୁଟିଂ ଚେକିଙ୍ଗ ବେଳେ ଛାତ୍ରୀ ଜଣକ ଦୁଇମାସର ଅନ୍ତଶ୍ୱତା ବା ଗର୍ଭବତୀ ରହିଥିବା ଜଣାପଡ଼ିଥିଲା । ଜାହାରିଫଳରେ ଆଶ୍ରମ ବିଦ୍ୟାଳୟର କର୍ତ୍ତୃପକ୍ଷ ଏନେଇ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏନେଇ ମାମଲା ରୁଜୁ କରି ପିଡିତା ନାବାଳିକାଙ୍କ ଡାକ୍ତରୀ ମାଇନା କରାଇଛି । ଅନ୍ୟପଟେ ନାବାଳିକା ଛାତ୍ରୀ ଜଣକ କିଭଳି ଆଉ କେଉଁ ପରିସ୍ଥିତିରେ ଗର୍ଭବତୀ ହେଲେ ସେ ଦିଗରେ ଆଶ୍ରମ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଡ଼ାକି ପୋଲିସ ତଦନ୍ତ ଚଳାଇଛି ।
