ଶହୀଦ ବେଙ୍ଗପାଣିଆ ରାସ୍ତା ନାମକରଣ ଦାବି
ପୁରୀ : ୧୯୫୬ ମସିହାରେ ଷଢେଇକଳା ଓ ଖରସୁଆଁ ଅଞ୍ଛଳ ମିଶ୍ରଣକୁ ନେଇ ଓଡ଼ିଶାରେ ଜନ ଆନ୍ଦୋଳନ କରି ଶହୀଦ ହୋଇଥିବା ଶ୍ରୀମନ୍ଦିର ସେବାୟତ ବେଙ୍ଗପାଣିଆ ଓରଫ ହରିହର ପଣ୍ଡାଙ୍କ ଅବଦାନ ଅବିସ୍ମରଣୀୟ । ୧୪ ବର୍ଷର ବାଳକ ବେଙ୍ଗପାଣିଆ ପୋଲିସ ଗୁଳିରେ ତାଳବଣିଆ ଠାରେ ଶହୀଦ ହୋଇଥିଲେ । ତାଙ୍କ ସ୍କୃତିରେ ଗଦାଧର ହାଇସ୍ଲୁଲରେ ସ୍କୃତିସ୍ତମ୍ଭ ସ୍ଥାପନ ହୋଇଛି । ଏ ସମ୍ପର୍କରେ ଆଜି ସ୍କୃତି ସଂସଦ ଓ ଉତ୍କଳ ବିଦ୍ୱତ୍ ପରିଷଦର କର୍ମକର୍ତାମାନେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ରରେ ଦର୍ଶାଇଛନ୍ତି ଯେ,ମଙ୍ଗଳାଘାଟ ଠାରୁ ଷ୍ଟର୍ଲିନ ପର୍ଯ୍ୟନ୍ତ ଲମ୍ବି ଥିବା ନୂଆ ରାସ୍ତାକୁ ଶହୀଦ ବେଙ୍ଗପାଣିଆ ମାର୍ଗ କରିବାକୁ ଦାବି କରିଛନ୍ତି । ଏହାସହ ମଙ୍ଗଳାଘାଟ ଛକରେ ଶହୀଦ ବେଙ୍ଗପାଣିଆ ସ୍ତମ୍ଭ ସ୍ଥାପନ କରିବା ପାଇଁ ଅନୁରୋଧ କରିଛନ୍ତି । ଏହି ଦାବିପତ୍ର ଦେବା ସମୟରେ ଉତ୍କଳ ବିଦ୍ୱତ୍ ପରିଷଦର ଅଧ୍ୟକ୍ଷ ମନୋଜ ରଥ,ଶହୀଦ ବେଙ୍ଗପାଣିଆ ସ୍କୃତି ସଂସଦର ସଭାପତି ଦାମୋଦର ଦାଶ,ଉପସଭାପତି ସ୍କୃତିରଞ୍ଜନ ପତି,କୋଷାଧ୍ୟକ୍ଷ ମୀରାରାଣୀ ଦେବୀ,ସମାଜସେବୀ ବିଜୟକୃଷ୍ଣ ବ୍ରହ୍ମା ଓ ଜଗଦୀଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
