ପୁରୀ ଜିଲାରେ ସେରୋସର୍ଭେ ଆରମ୍ଭ
ପୁରୀ : ଜିଲାରେ ରୋଗ ପ୍ରତିରୋଧକ ଶକ୍ତି ସମ୍ପର୍କରେ ସେରୋଲୋଜିକାଲ ସର୍ଭେ ଆଜି ଠାରୁ ଆରମ୍ଭ ହୋଇଛି । ଭୁବନେଶ୍ୱର ସ୍ଥିତ ଆଞ୍ଛଳିକ ମେଡ଼ିକାଲ ଗବେଷଣା କେନ୍ଦ୍ର ପକ୍ଷରୁ ସର୍ଭେ କାମ ଆରମ୍ଭ ହୋଇଛି । ତୃତୀୟ ଲହରୀକୁ ଦୃଷ୍ଟିରେ ରଖି ଏହି ସର୍ଭେ ଗୁରୁତ୍ୱପୂର୍ଣ୍ଣ ଭାବେ ବିବେଚନା କରାଯାଉଛି । ବିଭିନ୍ନ ବୟସର ବ୍ୟକ୍ତି ଓ ସ୍ୱାସ୍ଥ୍ୟକର୍ମୀମାନଙ୍କର ନମୁନା ସଂଗ୍ରହ କରାଯିବ । ଆଜି ପୁରୀ ପୌରାଚଂଳର ୮,୨୦ ଓ ୨୯ ୱାର୍ଡ଼ରେ ଏହି ସର୍ଭେ କାର୍ଯ୍ୟ କରାଯାଇଛି ।
୪ ତାରିଖରେ କୃଷ୍ଣପ୍ରସାଦ ବ୍ଲକର ସାତପଡ଼ା ବ୍ରହ୍ମଗିରି ବ୍ଲକର କପିଳେଶ୍ୱରପୁର, ସତ୍ୟବାଦୀର ବଳପୁର ଓ ଗୋପ ବ୍ଲକର ଏରବଙ୍ଗରେ ଏହି ସର୍ଭେ କାର୍ଯ୍ୟ କରାଯିବ । ସେହିପରି ୫ ତାରିଖରେ କାକଟପୁର ବ୍ଲକର ସୁହାନପୁର, ଡ଼େଲାଙ୍ଗର ବେରବୋଇ, ନିମାପଡ଼ାର ବଡ଼ମାଛ ପୁର ପଚାଂୟତରେ ଏହି ସର୍ଭେ କରାଯିବ । ଏଥିପାଇଁ ବିଭିନ୍ନ ବୟସର ଚାରିଶହ ବ୍ୟକ୍ତି ଓ ଶହେ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ନମୁନା ସଂଗ୍ରହ କରଯିବ । ନୋଡ଼ାଲ ଅଫିସର ଭାବେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼କ୍ଟର ବିରଜା ଶଙ୍କର ରଥଙ୍କୁ ଦାୟିତ୍ୱ ଦିଆଯାଇଛି । ଆରଏମ୍ଆରସି ପକ୍ଷରୁ ଡ଼କ୍ଟର ଦେବବ୍ରତ ଆଚାର୍ଯ୍ୟ , ଡ଼କ୍ଟର ଶ୍ରୀକାନ୍ତ କାନୁନଗୋ ଓ ଡ଼କ୍ଟର ହରିରାମ ଚୌଧୁରୀ , ଆଶା ସଂଯୋଜକ ଅଶୋକ ସାହୁ, ସନ୍ତୋଷ ମିଶ୍ର ଓ ସ୍ୱାସ୍ଥ୍ରକର୍ମୀମାନେ ସାମିଲ ହୋଇଛନ୍ତି ।
