କଂଗ୍ରେସର ବରିଷ୍ଠ ନେତା ଓସ୍କାର ଫର୍ଣ୍ଣାଣ୍ଡିଜଙ୍କ ଦେହାନ୍ତ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା, ର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାଜ୍ୟସଭା ସଦସ୍ୟ ଓସ୍କାର ଫର୍ଣ୍ଣାଣ୍ଡିଜଙ୍କ ପରଲୋକ । ଗତ ଦୁଇ ମାସ ଧରି ସେ ମାଙ୍ଗାଲୁରୁର ୟେନୋପୋୟା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସୋମବାର ୮୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁରେ କଂଗ୍ରେସ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
ସୂଚନା ଯେ, ଗତ ଜୁଲାଇ ୧୮ ତାରିଖରେ ସେ ଘରୋଇ କାମ କରିବା ସମୟରେ ଆହତ ହୋଇଥିଲେ। ଏଥିରେ ତାଙ୍କ ମୁଣ୍ଡରେ ଆଭ୍ୟନ୍ତରୀଣ ଆଘାତ ଲାଗିଥିଲା। ଏହା ପରେ ଜୁଲାଇ ୧୯ ରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜୁଲାଇ ୨୭ ରେ, ତାଙ୍କର ମସ୍ତିଷ୍କ ଅସ୍ତ୍ରୋପଚାର ହୋଇଥିଲା । ଏହାପର ଠାରୁ ନିୟମିତ ଡାଏଲିସିସ କରାଯାଉଥିବା ବେଳେ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
