ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଜିଲ୍ଲାରୁ ୨୪୫ ବରିଷ୍ଠ ନାଗରିକଙ୍କ ଋଷିକେଶ ଓ ହରିଦ୍ୱାର ଯାତ୍ରା
ବାରିପଦା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୀର୍ଥ ଯାତ୍ରା ଯୋଜନାରେ ଓଡିଶା ସରକାର ଙ୍କ ପର୍ଯ୍ୟଟନ ବିଭାଗ ଓ ମୟୁରଭଂଜ ଜିଲ୍ଲା ପ୍ରଶାସନ ତରଫରୁ ୨୪୫ ଜଣ ବରିଷ୍ଠ ନାଗରିକ ଆଜି ଅପରାହ୍ନ ୩ ଘଟିକା ସମୟ ସ୍ଥାନୀୟ ସଂସ୍କୃତି ଭବନ ବାରିପଦା ଠାରୁ ଋଷିକେଶ ଓ ହରିଦ୍ୱାର ଅଭିମୁଖେ ତୀର୍ଥ ଯାତ୍ରା ଆରମ୍ଭ କରିଛନ୍ତି । ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରିଷିକେଶ ଦ୍ୟାନ ଦେଓ ଖିଲାରୀ ବରିଷ୍ଠ ନାଗରିକ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ପ୍ରକାଶ ଥାଉକି ବ୍ଲକ ପ୍ରଶାସନ ତରଫରୁ ବରିଷ୍ଠ ନାଗରୀକ ମାନଙ୍କୁ ସଂସ୍କୃତି ଭବନକୁ ଅଣାଯାଇ ୦୬ ଗୋଟି ବସ ଯୋଗେ ଦାୟିତ୍ୱସମ୍ପନ୍ନ ୮ ଜଣ ନୋଡାଲ ଅଧିକାରୀ ଙ୍କ ତତ୍ୱାବଧାନରେ ବାଲେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି ।ଆଜି ବାଲେଶ୍ୱର ଠାରେ ରାତ୍ର ରହଣି ପରେ ସୋମବାର ସେମାନେ ସ୍ୱତନ୍ତ୍ର ଟ୍ରେନ ଯୋଗେ ଋଷିକେଶ ଓ ହରିଦ୍ୱାର ଅଭିମୁଖେ ଯାତ୍ରା କରିବେ ବୋଲି ଜଣାଯାଇଛି । ତୀର୍ଥଯାତ୍ରୀ ମାନଙ୍କୁ ନିଜ ନିଜ ଘରକୁ ପହଂଚାଇବା ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ତରଫରୁ ଆନୁସାଙ୍ଗିକ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସତ୍ୟଭାମା ବେହେରା ଙ୍କ ଦ୍ୱାରା ଆୟୋଜିତ ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ, ଅନନ୍ତ ପ୍ରସାଦ ସେଠି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ୱାଳ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଂଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିବା ବେଳେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟର କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।
