‘ଶିକ୍ଷକତା ବୃତ୍ତିରେ ସୂଯୋଗ ଓ ସମସ୍ୟା’ ସମ୍ପର୍କରେ ଆଲୋଚନା ଚକ୍ର
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ସ୍ୱୟଂ ଶାସିତ ମହା ବିଦ୍ୟାଳୟର ଇଣ୍ଟିଗ୍ରେଟେଡ଼ ବିଏଡ଼ ଓ ଶିକ୍ଷା ବିଭାଗ ତରଫରୁ ବିଜ୍ଞାନ ଭବନ ପରିସରରେ ‘ଶିକ୍ଷକତା ବୃତ୍ତିରେ ସୂଯୋଗ ଓ ସମସ୍ୟା’ ସମ୍ପର୍କରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ମହା ବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ସଭାପତିତ୍ୱ କରି ‘ଶିକ୍ଷକତା ବୃତ୍ତିରେ ସୁଯୋଗ ଓ ସମସ୍ୟା’ ଉପରେ ଆଲୋକପାତ କରିଥିଲେ ।
ବିଭାଗୀୟ ମୁଖ୍ୟ ଡ. ବିଦ୍ୟୁତ୍ ପ୍ରଭା ଦାସ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗ ଆସୋସିଏଟ ପ୍ରଫେସର ଡ. ଅମୂଲ୍ୟ ଆଚାର୍ଯ୍ୟ ଯୋଗଦାନ କରି ସାମ୍ପ୍ରତିକ ସମୟରେ ‘ଶିକ୍ଷକତା ବୃତ୍ତିରେ ସୂଯୋଗ ଓ ସମସ୍ୟା’ ସମ୍ପର୍କରେ ଅତି ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ଏହାପରେ ଛାତ୍ରୀଛାତ୍ରମାନଙ୍କ ସହିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରର୍ମ ଅନୁଷ୍ଠିତ ହୋଇଥିଲା ଏବଂ ପରିଶେଷରେ ଅଧ୍ୟାପକ ସୁଶ୍ରୀ ସ୍ୱକୃତି କର ଧନ୍ୟବାଦ ଅର୍ପଣ କରିଥିଲେ । ଅତିରିକ୍ତ ଅଭିଭାଷଣ କାର୍ଯ୍ୟକର୍ମରେ ୧୨୦ ଜଣ ଛାତ୍ରୀଛାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧ୍ୟାପିକା ଓ ଅଧ୍ୟାପକମାନେ ଉପସ୍ଥିତ ଥିଲେ ।
