ସେଲ୍ଫି ହେଲା କାଳ : ପାଣିରେ ବୁଡି ଜଣେ ମୃତ, ଜଣେ ନିଖୋଜ
ରାଉରକେଲା : ପୁଣି ସେଲ୍ଫି ନେଲା ଜଣଙ୍କ ଜୀବନ। ସେହିପରି ଅନ୍ୟଜଣେ ଭାସିଯାଇ ନିଖୋଜ ରହିଛନ୍ତି। ଏପରି ଏକ ଘଟଣା ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କାଂଶବାହାଲ ଡ୍ୟାମ ନିକଟରେ ଦେଖିବାକୁ ମିଳିଛି ଲ ଡ୍ୟାମରେ ସେଲ୍ଫି ସେଲ୍ଫି ନେବା ବେଳେ ପାଣିରେ ପଡିଯାଇ ବୁଡି ଯିବା ଫଳରେ ଜଣେ ଯୁବକ ମୃତ୍ୟ ବରଣ କରିଥିବା ବେଳେ ଅନ୍ୟ ଜଣେ ଯୁବକ ନିଖୋଜ ଅଛନ୍ତି । ନିଖୋଜ ଯୁବକଙ୍କୁ ସ୍ଥାନୀୟ ଲୋକ ଏବଂ ଫାୟାର ବ୍ରିଗେଡ଼ ଖୋଜାଖୋଜି କରୁଛନ୍ତି । ମୃତକ ଜଣକ ହେଲେ ବାସନ୍ତି କଲୋନିର ପ୍ରମୋଦ ପରିଡା (୩୫) ଓ ନିଖୋକ ଜଣେ ହେଲେ ଡିଏଭି ଗଳି ବ୍ରହ୍ମପୁର ବସ୍ତିର ସୁମନ୍ତ ଦେ (୨୫) l
ସୂଚନା ଯେ, ରବିବାର ରାଉରକେଲାର ୫ ଜଣ ଯୁବକ କାଂଶବାହାଲ ଡ୍ୟାମ ବୁଲିବାକୁ ଯାଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଡ୍ୟାମ କୂଳରେ ସେଲ୍ଫି ନେଉଥିବା ବେଳେ ୨ ଜଣ ପାଣିରେ ପଡିଯାଇଥିଲେ । ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଜଣେ ନିଖୋଜ ଯୁବକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି l
