ସିକ୍ୟୁରିଟି ଗାର୍ଡ଼ଙ୍କ ଝୁଲନ୍ତା ମୃତଦେହ ଜବତ; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
ବାଲେଶ୍ୱର : କଟକ ସ୍ଥିତ ଏକ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ଼ ଭାବେ ଚାକିରୀ କରୁଥିବା ବାଲେଶ୍ୱର ଜିଲା ରୂପସା ଥାନା ରାଉତପଡ଼ା ଗ୍ରାମର ଯୁବକ ପ୍ରଭାତ କୁମାର ଗିରି (୩୩)ଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ବୁଧବାର କଟକ ମଧୁପାଟଣା ଥାନା ବିଶଲ୍ୟକରଣୀ ଲେନ ସ୍ଥିତ ଭଡ଼ା ଘରୁ ମୃତକଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଜବତ କରିଛି । ଏ ନେଇ ଥାନାରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି । ପରିବାରଲୋକଙ୍କ ଉପସ୍ଥିତିରେ ମୃତଦେହ ପଞ୍ଚନାମା କରାଯାଇ ବ୍ୟବଚ୍ଛେଦ ହୋଇଛି ।
ଘଟଣାରୁ ପ୍ରକାଶ ରାଉତପଡ଼ା ଗ୍ରାମର ୰ ଦନାର୍ଦ୍ଦନ ଗିରିଙ୍କ ସାନପୁଅ ପ୍ରଭାତ ୫ ମାସ ହେବ କଟକ ସ୍ଥିତ ଆଇଡ଼ିଏଫସି ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ଼ ଭାବେ ଚାକିରୀ କରୁଥିଲେ । ସେ ବିଶ୍ୱକର୍ମା ପୂଜାରେ ଘରକୁ ଛୁଟି ନେଇ ଆସିଥିଲେ । ଗତ ୧୯ ତାରିଖ ପୁଣି କଟକ ଯାଇ ଡ୍ୟୁଟିରେ ଜଏନ କରିଥିଲେ । ୨୧ ତାରିଖ ସକାଳେ ଡ୍ୟୁଟିରେ ପହଞ୍ôଚବା ବିଳମ୍ବ ହେବାରୁ ବ୍ୟାଙ୍କର ଅନ୍ୟ ଜଣେ ଗାର୍ଡ଼ ପ୍ରଭାତଙ୍କ ରୁମକୁ ଆସିଥିଲେ । ରୁମର କବାଟ ଭିତରପଟୁ ବନ୍ଦ ନ ଥିଲା । ସେ ପ୍ରଭାତଙ୍କୁ ଡାକି ଡାକି କବାଟ ଖୋଲି ଦେଖିବା ବେଳକୁ ରୁମ ଭିତରେ ବେକରେ ବେଡ଼ସିଟ ଲଗାଇ ଫାଶୀ ଦେଇଥିବାର ସେ ଦେଖିଲେ । ଏ ନେଇ ସେ ଘର ମାଲିକ ଓ ଥାନାକୁ ଖବର ଦେଇଥିଲେ । ଫାଶୀ ଦେବାର ପାରିପାଶ୍ୱର୍ିକ ପରସ୍ଥିତି ଦେଖିଲା ବେଳକୁ ଚଟାଣରେ ସେ ଆଣ୍ଠୁମାଡ଼ି ଝୁଲି ରହିଥିଲା । ଏପରି ସନ୍ଦେହଜନକ ମୃତ୍ୟୁ ପାଇଁ ତାଙ୍କର ବଡଭାଇ ସୁବ୍ରତ କୁମାର କୁମାର ଗିରି ଏହା ଏକ ହତ୍ୟାକାଣ୍ଡ ବୋଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ରାତିରେ ମୃତଦେହ ଗାଁକୁ ଅଣାଯିବା ପରେ ଏକ ବିଶାଳ ଶୋଭାଯାତ୍ରାରେ ଗାଁ ଶ୍ମସାନକୁ ନିଆଯାଇ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହୋଇଥିଲା । ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ପତ୍ନୀ, ବିଧବା ମାଆ, ତିନି ବର୍ଷର ଶିଶୁପୁତ୍ର ଓ ଭାଉଜ ଭାଇ ଅଛନ୍ତି । ମୃତ୍ୟୁର ପ୍ରକୃତ ରହସ୍ୟ ଉନ୍ମୋଚନ କରାଯିବାକୁ ପରିବାର ଲୋକେ ଦାବି କରିଛନ୍ତି ।
