ଆନ୍ଧ୍ର-ଓଡିଶା ସୀମାନ୍ତରୁ ୩ ଟିଫିନ୍ ବୋମା ଜବତ
ମାଲକାନଗିରି : ଆନ୍ଧ୍ର-ଓଡିଶା ସୀମାନ୍ତରେ କମ୍ବିଂ ଅପରେସନ ସମୟରେ ବିଏସଏଫ ଯବାନ ତିନିଟି ଟିଫିନ୍ ବୋମା ଜବତ କରିଛନ୍ତି । ଫଳରେ ମାଓବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଏହାକୁ ଖଞ୍ଜାଯାଇଥିଲା ବୋଲି ଆଶଙ୍କା କରାଯାଉଛି। ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଦେଇଥିଲେ। ଫଳରେ ଏକ ବଡ ଧରଣର ଅଘଟଣରୁ ଯବାନମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନା ଯେ, ରବିବାର ମାଲକାନଗିରି ସୀମାନ୍ତରେ ସର୍ଚ୍ଚ ଅପରେସନ ଚାଲିଥିଲା । ଏହି ସମୟରେ ବିଏସଏଫ ଏବଂ ଓଡିଶା ପୋଲିସ ଦ୍ୱାରା ୩ ଟି ଟିଫିନ୍ ବୋମା ଉଦ୍ଧାର ହୋଇଛି । ମାଲକାନଗିରିର ସ୍ୱାଭିମାନ ଆଞ୍ଚଲର ମାଣ୍ଡାପାଲ୍ଲି ଅଞ୍ଚଳରୁ ୩ଟି ଆଇଏଲଡି ଏବଂ ବିସ୍ଫୋରକ ଉଦ୍ଧାର କରାଯାଇଛି। ଏହି ସବୁ ବୋମାକୁ କୌଣସି ବଡ ବିସ୍ଫେରାଣରେ ଲାଲ୍ ବାହିନୀ ବ୍ୟବହାର କରିଥାନ୍ତା । ତେବେ ଯବାନମାନେ ମାଓବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ କରିଛନ୍ତି ।
