ଉଦୟପୁରରେ ୧୪୪ ଧାରା ଜାରି : ପଛଘୁଞ୍ଚା ଦେଲେ ବଙ୍ଗ ସେଚ ବିଭାଗ
ବାଲେଶ୍ୱର : ପଶ୍ଚିମବଙ୍ଗର ଦାଦାଗିରିକୁ ମୁହଁତୋଡ଼ ଜବାବ ଦେଇଛନ୍ତି ଓଡ଼ିଶା ସରକାର । ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଉଦୟପୁର ବେଳାଭୂମିକୁ କୌଶଳକ୍ରମେ ଦଖଲ ଉଦ୍ୟମକୁ ପଣ୍ଡ କରିଛନ୍ତି ଜିଲା ପ୍ରଶାସନ । ଗତ ୭ ତାରିଖ ଉଦୟପୁର ବେଳାଭୂମିରେ ପଶ୍ଚିମବଙ୍ଗ ସେଚ ବିଭାଗ ପକ୍ଷରୁ ରାତି ଅଧିଆ ସମୁଦ୍ରତଟ ସୁରକ୍ଷା ପଥର କାର୍ଯ୍ୟ କରୁଥିବାର ସ୍ଥାନୀୟ ଲୋକଙ୍କ ସୂଚନା ପାଇ ଜିଲାପ୍ରଶାସନ ସେଠାରେ ପହଞ୍ôଚ ଓଡ଼ିଶା ମଧ୍ୟରେ ବେଆଇନ୍ କାର୍ଯ୍ୟକୁ ବନ୍ଦ କରିଥିଲେ । ମଙ୍ଗଳବାର ପ୍ରବଳ ଝଡ଼ବର୍ଷା ମଧ୍ୟରେ ପଶ୍ଚିମବଙ୍ଗର ସେଚ ବିଭାଗ ପୁଣି ବିବାଦୀୟ ସ୍ଥାନରେ କାର୍ଯ୍ୟ ଆରମ୍ଭ କରୁଥିବା ବେଳେ ଜିଲାପଶାସନ ଖବର ପାଇ ସେଠାରେ ପହଞ୍ôଚ ବଙ୍ଗ ସେଚ ବିଭାଗକୁ ଫେରିଯିବାକୁ କହି ୧୪୪ ଧାରା ଜାରି କରିବା ସହିତ ନାଲି ପତାପା ପୋତି ବଙ୍ଗ ପ୍ରଶାସନକୁ ସତର୍କ କରାଇଥବଲେ । ଜିଲାପ୍ରଶାସନର ନିର୍ଦ୍ଦେଶ ପାଇ ଭୋଗରାଇ ତହସିଲଦାର କମଳାକାନ୍ତ ପଣ୍ଡା, ତାଳସାରୀ ମେରାଇନ୍ ଥାନା ପୋଲିସ ସହିତ ରାଜସ୍ୱ ବିଭାଗର କର୍ମଚାରୀ ମିଳିତ ହୋଇ ପ୍ରଶାସନର ସମସ୍ତ କାର୍ଯ୍ୟ କରିବା ପରେ ବଙ୍ଗ ସେଚ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମକର୍ତ୍ତାମାନେ ଘଟଣାସ୍ଥଳର ପଛଘୁଞ୍ଚା ଦେଇଥିଲେ ।
ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ସରକାର ଦୀଘା-ଶଙ୍କରପୁର ଉନ୍ନୟନ ପରିଷଦ ମିଳିତ ଉଦ୍ଦ୍ୟମରେ ବାଲେଶ୍ୱର ସୀମାନ୍ତ ସାହାବାଜିପୁର, ଉଦୟପୁରକୁ ସ୍ଥାନକୁ ନେବାକୁ ବାରମ୍ବାର ପ୍ରୟାସ କରିଆସୁଛନ୍ତି । ସୀମାନ୍ତବାସୀଙ୍କ ପ୍ରବଳ ପ୍ରତିରୋଧ ଓ ଓଡ଼ିଶା ସରକାରଙ୍କ ଉପସ୍ଥିତି ଯୋଗୁଁ ପଶ୍ଚିମବଙ୍ଗ ସରକାର ସୀମାରେ ଖେଳ ଖେଳି ବିଫଲ ହୋଇ ନିରାଶ ହୋଇ ଘୁରୁଛନ୍ତି ।
