ସାଧାରଣତନ୍ତ୍ର ଦିବସ ଦିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ପୁରୀ : ପୁରୀ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଭାଧାରୀ ମାନଙ୍କୁ ପୁରସ୍କୃତ କରାଯିବା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।ଏହି ଉପଲକ୍ଷେ ଏକ ବୈଠକ ଅତିରିକ୍ତ ଜିଲାପାଳ ପ୍ରଶାସନଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା।
ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ଦୁଇ ବର୍ଷ ଧରି କୋଭିଡ ପ୍ରଭାବ ରେ ସମସ୍ତ କାର୍ଯ୍ୟକ୍ରମ କୁ କଟକଣା ମଧ୍ୟରେ ପାଳିତ ହେଉଥିବା ବେଳେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ପରିସ୍ଥିତି ଠିକ ଥିବାରୁ ସମ୍ଭବତଃ ଲୋକ ମାନଙ୍କ ଉପସ୍ଥିତିରେ ଚଳିତ ସାଧାରଣତନ୍ତ୍ର ଦିବସ ପାଳନ କରିବା।ତେଣୁ ଏହାକୁ ଆକର୍ଷଣୀୟ ଭାବେ ସମସ୍ତ ଙ୍କ ସହଯୋଗ ରେ ପାଳନ କରିବାକୁ ସେ ଆହ୍ୱାନ ଦେଇଥିଲେ। ସେହିପରି ଜିଲାର ବିଭିନ୍ନ ପ୍ରତିଭା ସମ୍ପର୍ଣ୍ଣ ବ୍ୟକ୍ତି ଓ ଅନୁଷ୍ଠାନ ଯେଉଁ ମାନେ ଆନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି ସେମାନଙ୍କ ତାଲିକା ପ୍ରସ୍ତୁତ ସହ ଚୟନ କମିଟି ସହଯୋଗ ରେ ଚୁଡାନ୍ତ କରିବାକୁ ସେ ପରାମର୍ଶ ଦେଇଥିଲେ।
ବୈଠକ ପ୍ରାରମ୍ଭରେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସମସ୍ତ ଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି, ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ, ଜିଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଏଡିଏମପିଏଚଓ ଡା. ଏନ ସି ଜେନା, ଏଡିଇଓ ମମତା ମିଶ୍ର, ଡିସିପିଓ ମନୋଜ କୁମାର ତ୍ରିପାଠୀ, ସଦସ୍ୟ ସଦାଶିବ ମିଶ୍ର, ରବିନ୍ଦ୍ର ନାଥ ସେନାପତି, ବଦ୍ରି ମିଶ୍ର, ଚକ୍ରଧର ମହାପାତ୍ର, ପ୍ରଦ୍ୟୁମ୍ନ ମିଶ୍ର, ଜୟନ୍ତୀ ମହାପାତ୍ର, ଶ୍ୟାମ ପ୍ରକାଶ ସେନାପତି ଓ ଡି ପି ମହାନ୍ତି ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
