ଜାମ୍ମୁ ରେଲୱେ ଷ୍ଟେସନ ଆଖପାଖରେ ତଲାସୀ ଅଭିଯାନ ଆରମ୍ଭ
ଜାମ୍ମୁ : ଜାମ୍ମୁ ରେଳ ଷ୍ଟେସନ ନିକଟରେ ଥିବା ଏକ ଡ୍ରେନରେ ୧୮ଟି ଡିଟୋନେଟର ଉଦ୍ଧାର ହେବାର ଗୋଟିଏ ଦିନ ପରେ ଶୁକ୍ରବାର ଦିନ ରେଳ ଷ୍ଟେସନ ତଥା ଏହାର ଆଖପାଖରେ ସୁରକ୍ଷା ବାହିନୀ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।
ଗୁରୁବାର ସନ୍ଧ୍ୟାରେ ଜମ୍ମୁ ରେଳ ଷ୍ଟେସନ ନିକଟରେ ଥିବା ଏକ ବ୍ୟାଗରେ ୧୮ଟି ଡିଟୋନେଟର ଏବଂ ବିସ୍ଫୋରକ ସାମଗ୍ରୀ ଉଦ୍ଧାରେ କରି ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ଏକ ବଡ଼ ଷଡ଼ଯନ୍ତ୍ରକୁ ଟାଳି ଦେଇଛନ୍ତି । ଏହି ବ୍ୟାଗଟି ଟ୍ୟାକ୍ସି ଷ୍ଟେସନ ନିକଟ ଡ୍ରେନରୁ ମିଳିଥିଲା ।
