ସାତାରା ଜିଲାରେ ଭୂକମ୍ପର ହାଲୁକା ଝଟକା, କୌଣସି କ୍ଷୟକ୍ଷତି ଘଟିନାହିଁ
ମୁମ୍ବାଇ : ସାତାରା ଜିଲା ସ୍ଥିତ କୌୟନା ପରିସରରେ ଶୁକ୍ରବାର ସକାଳେ ଭୂକମ୍ପର ସାମାନ୍ୟ ଝଟକା ଅନୁଭବ କରାଯାଇଥିଲା । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୨.୮ ଥିଲା । ଭୂକମ୍ପର କୌଣସି କ୍ଷୟକ୍ଷତି ହେବାର ସୂଚନା ନାହିଁ । ତଥ୍ୟ ଅନୁଯାୟୀ ଶୁକ୍ରବାର ସକାଳ ୬ଟା ୩୪ ମିନିଟରେ କୌୟନା ପରିସରରେ ଥିବା ହେଲବାକ ଗ୍ରାମର ଆଖପାଖରେ ଭୂକମ୍ପର ହାଲୁକା ଝଟକା ଅନୁଭବ କରାଯାଇଥିଲା ।
