Skip to content
କୋଲକାତା: କରୋନା ସଂକ୍ରମଣ କମିବାକୁ ଦୃଷ୍ଟିରେ ରଖି ପୁଣିଥରେ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଖୋଲିବାକୁ ପଶ୍ଚିମବଙ୍ଗ ସରକାର ନିଷ୍ପତ୍ତି ନେଇଛନ୍ତି । ଫଳରେ ଫେବୃଆରୀ ୩ ତାରିଖରୁ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ସ୍କୁଲ, କଲେଜ ଓ ୟୁନିଭର୍ସିଟି ଖୋଲିବ । ଏଥିସହିତ କିଛିଦିନ ପରେ ପ୍ରାଇମେରୀ ସ୍କୁଲ ପୁଣିଥରେ ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ।
ସୂଚନାଯୋଗ୍ୟ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରେ ୨୦୨୦ ମାର୍ଚ୍ଚ ୧୬ରୁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ କରି ଦିଆଯାଇଥିଲା । ହେଲେ ଗତବର୍ଷ ନଭେମ୍ବରରେ କଲେଜ ଖୋଲିଥିଲେ ମଧ୍ୟ ପୁଣି ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବନ୍ଦ କରାଯାଇଥିଲା ।
Post Views: 1,924