ଏମ୍କେସି ହାଇସ୍କୁଲରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ
ମୟୁରଭଞ୍ଜ : ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚବିଦ୍ୟାଳୟ ପରିସରରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ୨୦୨୨ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ କୁଞ୍ଜବାଳା ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ସ୍ୱକୀୟ ଜ୍ଞାନ କୌଶଳରେ ନିର୍ମିତ ବିଭିନ୍ନ ବୈଜ୍ଞାନିକ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ଏଥିରେ ୩୨ଟି ପ୍ରକଳ୍ପ ସ୍ଥାନିତ ହୋଇଥିଲା । ଶ୍ରେଷ୍ଠ ପ୍ରକଳ୍ପଗୁଡିକ ପରବର୍ତ୍ତୀ ପର୍ଯ୍ୟାୟରେ ବ୍ଲକ୍ସ୍ତରୀୟ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିବେ । ଅନୁଷ୍ଠିତ ପୁରସ୍କାର ବିତରଣ ସମାରୋହରେ ପୂର୍ବତନ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଅମିତାଭ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ବିଜ୍ଞାନ ଶିକ୍ଷକ ରାଜୀବ ଲୋଚନ ଜେନା, ଲକ୍ଷ୍ମୀନାରାୟଣ ମହାନ୍ତ, କୁମୁଦିନୀ ସି, ଝରିଶ୍ରୀ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବରିଷ୍ଠ ବିଭାଗର ଆଶୁତୋଷ ଗିରି, ଯଶୋବନ୍ତ କୁମାର ମହାନ୍ତ, ସ୍ୱୟମ ଶକ୍ତିଶ ପଲେଇ, ଏସ୍କେ ଅବ୍ଦୁଲ ରେହମାନ, ଦେବିନା ତ୍ରିପାଠୀ, ବର୍ଷା ପ୍ରିୟଦର୍ଶିନୀ ସେଠୀ ପ୍ରମୁଖ ଛାତ୍ରଛାତ୍ରୀ ପୁରସ୍କୃତ ହୋଇଥିଲେ ଅଭିଭାବକ ମଣ୍ଡଳୀ ତରଫରୁ ଚିତ୍ତରଞ୍ଜନ କର ଧନ୍ୟବାଦ ଅର୍ପଣ କରିଥିଲେ ।
