ମେ ୨ରୁ ସକାଳ ୬ରୁ ୯ ଯାଏଁ ସ୍କୁଲ
ଭୁବନେଶ୍ୱର : ସ୍କୁଲ୍ ସମୟରେ ପରିବର୍ତନ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ମେ’ ୨ ତାରିଖରୁ ସକାଳ ୬ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ପାଠପଢ଼ା ହେବ । ଶନିବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ବୋର୍ଡ ଏବଂ କାଉନସିଲ ପକ୍ଷରୁ ଚାଲିଥିବା ଦଶମ ଓ ଦ୍ୱାଦଶ ପରୀକ୍ଷା ସୂଚୀକୁ ଅପରିବର୍ତିତ ରଖାଯାଇଛି ।
ବିଜ୍ଞପ୍ତି ଅନୁଯାୟୀ ଓସେପା ପକ୍ଷରୁ ପ୍ରସ୍ତୁତ ଲର୍ଣ୍ଣିଂ ରିକଭରି ପ୍ଲାନ୍ (ଏଲ୍ଆରପି)କୁ ଗ୍ରୀଷ୍ମ ଛୁଟି ମଧ୍ୟରେ କରାଯିବ । ଏହା ସରକାରୀ ଓ ସରକାରୀ ଏଡେଡ୍ ସ୍କୁଲ୍ ଗୁଡ଼ିକ ପାଇଁ ଉଦ୍ଦିଷ୍ଟ । ଯେଉଁ ଛାତ୍ରଛାତ୍ରୀମାନେ ତୃତୀୟ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏବଂ ଏକାଦଶ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀକୁ ଉତୀର୍ଣ୍ଣ ହୋଇଛନ୍ତି, ସେମାନେ ଏହି ପ୍ଲାନ୍ ଭିତରେ ଯିବେ । ସେହିଭଳି ନୂଆ ଆଡ୍ମିଶନ ନେଇଥିବା ଛାତ୍ରଛାତ୍ରୀ ବି ଏଥିରୁ ଉପକୃତ ହେବେ । କରୋନା ଯୋଗୁ ୨ ବର୍ଷ ଧରି ସ୍କୁଲ୍ ଗୁଡ଼ିକ ବନ୍ଦ ରହିଥିବାରୁ ପିଲାଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହୋଇଥିଲା । ଏଥିରୁ ପିଲାମାନେ ଯେଉଁ କ୍ଷତି ସହିତଛନ୍ତି ତାକୁ ପୂରଣ କରିବାକୁ ଓସେପା ପକ୍ଷରୁ ଏଲ୍ଆରପି ପ୍ରସ୍ତୁତ କରାଯାଇଛି । ଏଥିପାଇଁ ଚଳିତ ବର୍ଷ ଖରା ଛୁଟିକୁ ସଙ୍କୁଚିତ କରାଯାଇଛି । ଉଲ୍ଲେଖନୀୟ ଯେ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ୍ ୨୬ ତାରିଖରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମସ୍ତ ସ୍କୁଲ୍ କୁ ଏପ୍ରିଲ୍ ୩୦ ଅର୍ଥାତ୍ ଆଜି ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିଲା ।
ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ୍ ୨୬ ତାରିଖରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମସ୍ତ ସ୍କୁଲ୍କୁ ଏପ୍ରିଲ୍ ୩୦ ଅର୍ଥାତ୍ ଆଜି ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିଲା । ଆଜି ରବିବାର ଅଛି । ତେଣୁ ସ୍କୁଲ୍ ଗୁଡ଼ିକ ଛୁଟି ରହିବ । ୨ ତାରିଖରୁ ସକାଳ ୬ଟାରୁ ସ୍କୁଲ୍ ହେବ ବୋଲି ଆଜି ବିଭାଗ ବିଜ୍ଞପ୍ତି ପ୍ରକାଶ କରିଥିବାରୁ ଆଶା କରାଯାଉଛି ସ୍କୁଲ୍ ଗୁଡ଼ିକ ସେହିଦିନ ଠାରୁ ଖୋଲିବ ।
