SBI Recruitment 2022 : ବାହାରିଲା ଜୁନିୟର ଆସୋସିଏଟ ପୋଷ୍ଟ, ଜାଣନ୍ତୁ ଆବେଦନ ସମ୍ବନ୍ଧୀୟ ସମସ୍ତ ସୂଚନା
ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ ବ୍ୟାଙ୍କ ପାଇଁ ବାହାରିଛି ଜୁନିୟର ଆସୋସିଏଟ ପୋଷ୍ଟ । ଏଥିପାଇଁ ଆବେଦନ କରିବାର ପ୍ରକ୍ରିୟା ଜାରି ରହିଛି। ଆଶାୟୀ ପ୍ରାର୍ଥୀ ମାନେ ଚାହିଁଲେ ଏହି ୫୦୦୦ ପଦ ପାଇଁ ସେପ୍ଟେମ୍ବର ୨୭, ୨୦୨୨ ସୁଦ୍ଧା ଏହାର ଅଫିସିଆଲ ଓ୍ବେବସାଇଟ୍ sbi.co.inରେ ଆବେଦନ କରିପାରିବେ। ଏହା ଆବୋଦନ କରିବାର ଶେଷ ତାରିଖ ହେଉଛି ୨୭ ସେପ୍ଟେମ୍ବର ୨୦୨୨। ଏଥିପାଇଁ ଥିବା ଯୋଗ୍ୟତା, ଆବେଦନ ଫି ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ତଥ୍ୟ ନିମ୍ନରେ ପ୍ରଦାନ କରାଗଲା ….
ଭ୍ୟାକେନ୍ସି ବିଷୟରେ :
ଏସବିଆଇ ଏହି ପଦ ପାଇଁ ଦେଶ ଭିତରେ ମୋଟ ୫୦୦୮ଟି ପଦ ବାହାର କରିଛି।
ବୟସ :
ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୨୦୨୨ ମସିହା ଅଗଷ୍ଟ ୧ ତାରିଖ ସୁଦ୍ଧା ୨୦ରୁ ୨୮ ବର୍ଷ ହୋଇଥିବା ଆବଶ୍ୟକ।
ଶିକ୍ଷାଗତ ଯୋଗ୍ୟତା :
ଯେକୌଣସି ମାନ୍ୟତାପ୍ରାପ୍ତ କିମ୍ବା କେନ୍ଦ ସରକାରଙ୍କ ଦ୍ବାରା ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟରୁ କୌଣସି ବି ବିଷୟରେ ସ୍ନାତକ କରିଥିବା ଆବଶ୍ୟକ। ଇଣ୍ଟିଗ୍ରେଟେଡ୍ ଡୁଆଲ୍ ଡିଗ୍ରୀ (ଆଇଡ଼ିଡ଼ି) ସାର୍ଟିଫିକେଟ୍ ଥିବା ପ୍ରାର୍ଥୀ ମାନେ ନିଶ୍ଚିତ କରିବା ଉଚିତ୍ ଯେ ଆଇଡ଼ିଡ଼ି ପାସ୍ କରିବାର ତାରିଖ ୩୦.୧୧.୨୦୨୨ ପୂର୍ବରୁ ହୋଇଥିବ।
ଯେଉଁମାନେ ସ୍ନାତକୋତ୍ତରର ଅନ୍ତିମ ବର୍ଷ / ସେମାନଙ୍କ ଗ୍ରାଜୁଏସନର ସେମିଷ୍ଟରରେ ଅଛନ୍ତି ସେମାନେ ମଧ୍ୟ ସର୍ତ୍ତମୂଳକ ଭାବରେ ଆବେଦନ କରିପାରିବେ ଯେ ଯଦି ଅସ୍ଥାୟୀ ଭାବରେ ମନୋନୀତ ହୁଏ, ତେବେ ସେମାନଙ୍କୁ ୩୦.୧୧.୨୦୨୨ କିମ୍ବା ତା ପୂର୍ବରୁ ସ୍ନାତକୋତ୍ତର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ପ୍ରମାଣ ଉପସ୍ଥାପନ କରିବାକୁ ପଡିବ।
ଆବେଦନ ଫି :
ଜେନେରାଲ ଏବଂ ଓବିସି ବର୍ଗର ପ୍ରାର୍ଥୀମାନଙ୍କୁ ୭୫୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ ଓ SC / ST / PWD / XS ବର୍ଗଗୁଡିକ ପାଇଁ ଆବେଦନ ଶୁଳ୍କ ଛାଡ କରାଯାଇଛି।
ଚୟନ ପ୍ରକ୍ରିୟା :
ପ୍ରାଥମିକ ଏବଂ ମୁଖ୍ୟ ପରୀକ୍ଷା ଏବଂ ନିର୍ଦ୍ଦିଷ୍ଟ ମନୋନୀତ ସ୍ଥାନୀୟ ଭାଷାର ପରୀକ୍ଷାକୁ ନେଇ ଅନ୍ଲାଇନ୍ ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ।
