ଏସବିଆଇ ବଦଳାଇଲା ନିୟମ ! ଜାଣି ରଖନ୍ତୁ ଅନ୍ୟଥା ବନ୍ଦ ହୋଇପାରେ ଆପଣଙ୍କ ଟ୍ରାନଜେକ୍ସନ
ନୂଆଦିଲ୍ଲୀ : ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଗ୍ରାହକଙ୍କ ସୁରକ୍ଷା ପାଇଁ ନିୟମରେ ପରିବର୍ତ୍ତନ ଆଣିଛି । ନୂତନ ନିୟମ ଅନୁଯାୟୀ, ବର୍ତ୍ତମାନ ଗ୍ରାହକମାନେ କେବଳ ସେହି ସମାନ ଫୋନରୁ ଷ୍ଟେଟ ବ୍ୟାଙ୍କର ୟୋନୋ ଆପ୍ଲିକେସନରେ ଲଗ୍ ଇନ୍ କରିପାରିବେ, ଯେଉଁ ଫୋନର ନମ୍ବରକୁ ସେମାନ ବ୍ୟାଙ୍କରେ ପଞ୍ଜୀକୃତ କରିଛନ୍ତି । ଏହି ନିୟମ ପରେ, ଆପଣ କୌଣସି ଫୋନ୍ ନମ୍ବରରୁ ବ୍ୟାଙ୍କିଙ୍ଗ ସେବା ନେଇପାରିବେ ନାହିଁ । ବ୍ୟାଙ୍କ କହିଛି ଯେ ଏହି ପଦକ୍ଷେପ ସହିତ ଗ୍ରାହକଙ୍କୁ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ଠକେଇରୁ ରକ୍ଷା କରାଯାଇହେବ ।
ଅନଲାଇନ୍ ଠକେଇର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଏସବିଆଇ ୟୋନୋ ଆପରେ ଏହି ନୂତନ ଅପଗ୍ରେଡ୍ କରିଛି । ଏହା ସହିତ ଗ୍ରାହକଙ୍କ କାରବାର ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ରହିବ ଏବଂ ସେମାନେ ଅନଲାଇନ୍ ଠକେଇର ଶିକାର ହେବାରୁ ବଞ୍ଚି ପାରିବେ । ନୂତନ ପଞ୍ଜୀକରଣ ପାଇଁ ଗ୍ରାହକମାନେ ସେହି ସମାନ ଫୋନ୍ ବ୍ୟବହାର କରିବା ଉଚିତ ଯେଉଁଥିରେ ସେମାନେ ବ୍ୟାଙ୍କରେ ପଞ୍ଜୀକୃତ କରିଛନ୍ତି । ବର୍ତ୍ତମାନ ଏହି ନୂତନ ନିୟମ ଅନୁଯାୟୀ, ଆପଣ କୌଣସି ଫୋନ୍ ମାଧ୍ୟମରେ ଆପ୍ ଲଗ୍ ଇନ୍ କରିପାରିବେ ନାହିଁ, ଯେତେବେଳେ କି ପୁରୁଣା ଗ୍ରାହକମାନେ ଯେକୌଣସି ଫୋନରୁ ଲଗ୍ ଇନ୍ କରିପାରିବେ ।
Our OTP based cash withdrawal system for transactions at SBI ATMs is vaccination against fraudsters. Protecting you from frauds will always be our topmost priority.#SBI #StateBankOfIndia #ATM #OTP #SafeWithSBI #TransactSafely #SBIATM #Withdrawal #AzadiKaAmritMahotsavWithSBI pic.twitter.com/G1FpjvP25Q
— State Bank of India (@TheOfficialSBI) December 18, 2021
ଏଟିଏମ୍ ଠକେଇର ବୃଦ୍ଧି ଘଟୁଥିବା ଘଟଣାକୁ ଦୃଷ୍ଟିରେ ରଖି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମ୍ କାର୍ଯ୍ୟର ସୁରକ୍ଷାକୁ ଉନ୍ନତ କରିଛି । ଏହି ଅପଗ୍ରେଡ୍ ପରେ, ଯେତେବେଳେ ଆପଣ ଏଟିଏମରୁ ୧୦ ହଜାର କିମ୍ବା ଏହାଠାରୁ ଅଧିକ ଟଙ୍କା ଉଠାଇବାକୁ ଯାଆନ୍ତି, ସେତେବେଳେ ଆପଣଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ବ୍ୟାଙ୍କରୁ ଏକ ଓଟିପି ଆସିବ, ଯାହାକୁ ଏଟିଏମ୍ ମେସିନରେ ଟାଇପ୍ କରିବାକୁ ପଡିବ । ଆପଣ କେବଳ ଓଟିପି ଏଣ୍ଟ୍ରି କରିବା ପରେ ଏଟିଏମରୁ ଟଙ୍କା ଉଠାଇବାକୁ ସକ୍ଷମ ହେବେ । ୯,୯୯୯ ଟଙ୍କା କିମ୍ବା ତା’ଠାରୁ କମ୍ ଟଙ୍କା ପ୍ରତ୍ୟାହାର କରିବା ଆପି ଓଟିପିର ଆବଶ୍ୟକ ପଡିବ ନାହିଁ ।
ରାତି ୮ ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ୧୦,୦୦୦ ରୁ ଅଧିକ ନଗଦ ଟଙ୍କା ଉଠାଇବା ପାଇଁ, ମୋବାଇଲ୍ ଫୋନରେ ଡେବିଟ୍ କାର୍ଡ ପିନ୍ ସହିତ ଓଟିପି ଏଣ୍ଟ୍ରି କରିବାକୁ ପଡିବ । ଏହି ସୁବିଧା ସମସ୍ତ ଷ୍ଟେଟ ବ୍ୟାଙ୍କ ଏଟିଏମରେ ଉପଲବ୍ଧ । ଅଣ- ଏସବିଆଇ ଏଟିଏମରେ ଓଟିପି ଆଧାରିତ ପ୍ରତ୍ୟାହାର ଉପଲବ୍ଧ ନାହିଁ ।
