ସଞ୍ଚୟ ପକ୍ଷ ପାଳନ ଉପଲକ୍ଷେ ଜିଲାସ୍ତରୀୟ ବକ୍ତୃତା ପ୍ରତିଯୋଗୀତା
ବାଲେଶ୍ୱର : ବାଲେଶ୍ୱର ସାନୀୟ ସଦ୍ଭାବନା ସଭାଗୃହରେ ଜିଲା ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ସଞ୍ଚ ପକ୍ଷ ଉପଲକ୍ଷେ କନିଷ୍ଠ ଓ ବରିଷ୍ଠ ବର୍ଗରେ ଜିଲାସ୍ତରୀୟ ବକ୍ତୃତା ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି । ପ୍ରତିଯୋଗୀତାର କନିଷ୍ଠ ବର୍ଗରେ ଅଗ୍ରୱାଲା ସୀମାନ୍ତ ସରକାରୀ ଉଚ୍ଚବିଦ୍ୟାଳୟର ଛାତ୍ର ଦିବ୍ୟଜ୍ୟୋତି କୁଇଲା ପ୍ରଥମ, ହରିପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ପ୍ରଜ୍ଞା ପାରମିତା ଜେନା ଦ୍ୱିତୀୟ ଏବଂ ଟାଉନ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଅମରନାଥ ଖଟୁଆ ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ସେହିପରି ବରିଷ୍ଠ ବର୍ଗରେ ଖଇରା ମହାବିଦ୍ୟାଳୟର ସାବିତ୍ରୀ ମହାନ୍ତି ପ୍ରଥମ, କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟର ତନୁଶ୍ରୀ ମୈକାପ ଦ୍ୱିତୀୟ ଏବଂ ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ସତ୍ୟମ ଦାସ ତୃତୀୟ ସ୍ଥାନ ଅଧିକାର କରିଥିଲେ । କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ରାଶି ପ୍ରଥମରୁ ତୃତୀୟ ଯଥାକ୍ରମେ ୧୫୦୦, ୧୦୦୦ ଓ ୫୦୦ ଟଙ୍କା ସେମାନଙ୍କ ସଞ୍ଚୟ ଖାତାକୁ ପଠାଇବାର ବ୍ୟବସ୍ଥା ରହିଛି ବୋଲି ଜିଲା ସ୍ୱଳ୍ପ ସଞ୍ଚୟ ଅଧିକାରିଣୀ ପ୍ରଜ୍ଞା ମିଶ୍ର ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମକୁ ଉପଖଣ୍ଡ ସ୍ୱଳ୍ପ ସରପଞ୍ଚ ଅଧିକାରିଣୀ ଶୁଭଶ୍ରୀ ମନ୍ନା ଓ ବରିଷ୍ଠ ରାଜସ୍ୱ ସହାୟିକା ସ୍ୱର୍ଣ୍ଣପ୍ରିୟା ଦାସ ପରିଚାଳନା କରିଥିଲେ ।
