ସରପଞ୍ଚ ପ୍ରାଥିଙ୍କ ମୃତ୍ୟୁ, ସ୍ଥଗିତ ହେଲା ନିର୍ବାଚନ
ବରଗଡ଼ : ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ କେଲେଣ୍ଡା ପାଲି ପଞ୍ଚାୟତରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ଗତ ସୋମବାର ରାତିରେ ମୃତ୍ୟୁ ହୋଇଛି । ମୃତ ପ୍ରାର୍ଥୀଙ୍କ ନାଁ ହେଉଛି ସରୋଜ ସେଠ । ସରୋଜ ସେଠଙ୍କ ମୃତ୍ୟୁ ପରେ ସେଠାରେ ହେବାକୁ ଥିବା ଭୋଟ ଗ୍ରହଣ ବନ୍ଦ ହୋଇଥିବା ଜିଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।
ସରୋଜ ପୂର୍ବରୁ କ୍ୟାନ୍ସର ରୋଗରେ ପୀଡ଼ିତ ହୋଇଥିଲେ । ଆଜିକୁ ଚାରିଦିନ ତଳେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା କରିବା ପାଇଁ ପରିବାର ପକ୍ଷରୁ କଟକ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏହି ପଂଚାୟତରେ ଆସନ୍ତା ବୁଧବାର ହେବାକୁ ଥିବା ନିର୍ବାଚନ ପ୍ରକ୍ରିୟାକୁ ବନ୍ଦ ରଖାଯାଇଥିବା ବରଗଡ଼ ଉପଜିଲ୍ଲାପାଳ ଶୁଭେନ୍ଦୁ କୁମାର ସାମଲ ସୂଚନା ଦେଇଛନ୍ତି ।
