ରେକି ମିଶନ ଓ ଆର୍ଏମ୍ ସ୍କୁଲ ପକ୍ଷରୁ ସରସ୍ୱତୀ ପୂଜା
କଟକ : ରେକି ମିଶନ ଓ ଆର୍ଏମ୍ ସ୍କୁଲ ମିଳିତ ଆନୁକୂଲ୍ୟରେ ସାଧାରଣନ୍ତ୍ର ଦିବସ ଓ ସରସ୍ୱତୀ ପୂଜା ପାଳିତ ହୋଇଯାଇଛି । ସେରୁଆ ନଦୀ କୂଳରେ ଅନୁଷ୍ଠିତ ଏହି ଉତ୍ସବରେ ଗୁରୁ ଶ୍ରୀସନ୍ଥ ଯୋଗଦେଇ ଶିଶୁମାନଙ୍କୁ ମାର୍ଗଦର୍ଶନ କରିଥିଲେ । ସ୍କୁଲର ସଂଯୋଜକ ଭାରତ ଭୁଷଣ(କୁଲୁବାବା)ଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ । ପ୍ରଥମେ ମା ସରସ୍ୱତୀଙ୍କ ପୂଜା ପରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିନାୟକ ରଥ, ସିନେ ପ୍ରଯୋଜକ ତଥା କଳାକାର ପ୍ରଦ୍ୟୁମ୍ନ ଲେଙ୍କା, ଡାକ୍ତର ରଶ୍ମିରେଖା ପଣ୍ଡା, ବରିଷ୍ଠ ଆଇନଜୀବୀ ସସ୍ମିତା ମାହାର୍ଥା ପ୍ରମୁଖ ଉପସ୍ଥିତ ରହି ବାର୍ଷିକ କ୍ରୀଡାରେ କୃତକାର୍ଯ୍ୟ ହୋଇଥିବା ପିଲାମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଏଥିସହିତ ୨୦ରୁ ଊର୍ଦ୍ଧ୍ୱ ସାମ୍ବାଦିକଙ୍କୁ ସାମ୍ବାଦିକ ଗୈାରବ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମିସ୍ ଗୁଡି ମଂଚ ପରିଚାଳନା କରିଥିଲାବେଳେ ସ୍କୁଲର ଅଧ୍ୟକ୍ଷା ସରସ୍ୱତୀ ସାମନ୍ତରାୟ ଧନ୍ୟବାଦ ଦେଇଥିଲେ ।
