ସଞ୍ଜିତ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ଭୁବନେଶ୍ୱର ସାଇ ଇଲେଭନ୍ ଚମ୍ପିଆନ୍
ଚଣ୍ଡିଖୋଲ : ଯାଜପୁର ଜିଲା ବଡ଼ଚଣା ବ୍ଲକ ଦର୍ପଣ ପଞ୍ଚାୟତରେ ସାମଲ କ୍ରିକେଟ୍ କ୍ଲବ ଓ କୋଲସାହି ପାଟଣା ଆନୁକୁଲ୍ୟରେ ଚାଲିଥିବା ସଞ୍ଜିତ୍ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ । ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଗୋଲକୁଣ୍ଡକୁ ୭୩ ରନ୍ରେ ହରାଇ ଭୁବନେଶ୍ୱର ସାଇ ଇଲେଭନ୍ କ୍ରିକେଟ୍ ଟିମ୍ ଚମ୍ପିଆନ୍ ହୋଇଛି ।
ସୂଚନା ଯେ, ରବିବାର ଦିନ ଏହି ଟୁର୍ଣ୍ଣାମେଣ୍ଟରେ ଉଦ୍ଯାପନୀ ଉତ୍ସବ ଥିଲା । ଫାଇନାଲ୍ ମୁକାବିଲରେ ପ୍ରଥମ ଟସ୍ ଜିତି ଭୁବନେଶ୍ୱର ନିର୍ଦ୍ଧାରିତ ୨୦ଓଭରରେ ବ୍ୟାଟିଂ କରି ୯ଓ୍ୱିକେଟ୍ ହରାଇ ୨୦୩ ରନ୍ କରିଥିଲା । ଦଳ ପକ୍ଷରୁ ଅରବିନ୍ଦ ସିଂ ୨୬ ବଲ୍ରୁ ୬୬ ରନ୍ ସଂଗ୍ରହ କରିଥିବା ବେଳେ ଗୋଲକୁଣ୍ଡର ଉଦୟ ଶଙ୍କର ଜେନା ୪ଟି ଓ୍ୱିକେଟ୍ ନେଇଥିଲେ । ଜବାବରେ ଗୋଲକୁଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ଓ୍ୱିକେଟ୍ ହରାଇ ୧୩୦ରନ୍ ସଂଗ୍ରହ କରି ପରାସ୍ତ ହୋଇଥିଲେ । ଦଳ ପକ୍ଷରୁ ଉଦୟ ଶଙ୍କର ଜେନା ୨୫ ବଲ୍ରେ ୩୮ ରନ କରିଥିବା ବେଳେ ଭୁବନେଶ୍ବରର ହିତେଶ କୁମାର ନାୟକ ୨ ଓଭର ବୋଲିଂ କରି ୧୬ ରନ ଦେଇ ୨ ୱେକେଟ୍ ନେଇଥିଲେ ।
