୨୩ରେ ୪୫ଟି ବୁଥରେ ସାନି ମତଦାନ
ଭୁବନେଶ୍ୱର : ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ବିଶୃଙ୍ଖଳା ଓ ହିଂସାକାଣ୍ଡ ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଥିବା ବୁଥ୍ ଗୁଡ଼ିକରେ ପୁନଃ ଭୋଟ ଗ୍ରହଣ ହେବ । ଆସନ୍ତା ୨୩ରେ ୪୫ଟି ବୁଥରେ ହେବ ସାନି ମତଦାନ । ୨୩ ତାରିଖ ସକାଳ ୯ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ହେବ ମତଦାନ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଫେବ୍ରୁଆରୀ ୨୩ରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ବିଭ୍ରାଟ ହୋଇଥିବା ୪୫ଟି ବୁଥ୍ ରେ ହେବ ସାନି ମତଦାନ । ସକାଳ ୯ଟାରୁ ୩ଟା ପର୍ଯ୍ୟନ୍ତ ମତଦାନ ହେବ । ରାଜ୍ୟ ନିର୍ବାଚନ କମିସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ପ୍ରଥମ ପର୍ଯ୍ୟାୟରେ ୨୫ଟି ବୁଥ୍ ରେ ଭୋଟ ଗ୍ରହଣ ହୋଇପାରି ନଥିଲା । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ୨୦ଟି ବୁଥ୍ ରେ ଭୋଟିଂ ହୋଇନଥିଲା । ବିଭିନ୍ନ କାରଣ ଯୋଗୁଁ ଭୋଟିଂ ସ୍ଥଗିତ ରହିଥିଲା । ତେଣୁ ଏହି ୪୫ଟି ବୁଥ୍ ରେ ଫେବ୍ରୁଆରି ୨୩ରେ ମତଦାନ ଗ୍ରହଣ କରାଯିବ । ଏହି ସମସ୍ତ ବୁଥ୍ ଭଦ୍ରକ, ଯାଜପୁର, ପୁରୀ, ଢେଙ୍କାନାଳ ଯାଜପୁର ଓ ଜଗତସିଂହପୁର ଜିଲ୍ଲାର ବୋଲି ଜଣାପଡ଼ିଛି । ସୂଚନ ଯେ, ପ୍ରଥମ ପର୍ଯ୍ୟାୟରେ ୨୫ଟି ବୁଥ୍ରେ ମତଦାନ ବାଧାପ୍ରାପ୍ତ ହୋଇଥିଲା । ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ୨୦ଟି ବୁଥ୍ରେ ମତଦାନ ବାଧାପ୍ରାପ୍ତ ହୋଇଥିଲା ।
