ବିବାଦରେ ଘେରରେ ଥିବା ହରିୟାଣାର କ୍ରୀଡ଼ାମନ୍ତ୍ରୀ ସନ୍ଦୀପ ସିଂହ ଛାଡ଼ିଲେ ବିଭାଗ
ଚଣ୍ଡୀଗଡ଼ : ବିବାଦରେ ଘେରିଥିବା ହରିୟାଣାର କ୍ରୀଡ଼ାମନ୍ତ୍ରୀ ଏବଂ ପୂର୍ବ ହକି ଖେଳାଳୀ ସନ୍ଦୀପ ସିଂହ ରବିବାର ଦିନ କ୍ରୀଡ଼ା ବିଭାଗ ଛାଡ଼ିଛନ୍ତି । ସନ୍ଦୀପ ସିଂହଙ୍କ ବିରୋଧରେ କ୍ରୀଡ଼ା ବିଭାଗର ଜୁନିୟର ମହିଳା କୋଚ ଅଭିଯୋଗ କରିଥିଲେ, ଯେଉଁଥିରେ କ୍ରୀଡ଼ାମନ୍ତ୍ରୀଙ୍କ ଉପରେ ତାଙ୍କ ସହିତ ଛେଡ଼ଛାଡ଼ କରିବା ଏବଂ ଧମକ ଦେବା ଅଭିଯୋଗ କରି ଥିଲେ । ସନ୍ଦିପ ସିଂହ ଏହି ଅଭିଯୋଗକୁ ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ଙ୍କ ସହିତ ସାକ୍ଷାତ ପରେ ସନ୍ଦିପ ସିଂହ ଗଣମାଧ୍ୟମ କର୍ମୀଙ୍କୁ କହିଛନ୍ତି ଯେ ସେ କ୍ରୀଡ଼ା ବିଭାଗ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି । ଯେପର୍ଯ୍ୟନ୍ତଏହି ମାମଲାର ଯାଂଚ ପୂର୍ଣ୍ଣ ହୋଇନାହିଁ ସେ ପର୍ଯ୍ୟନ୍ତ ସେ ଖେଳ ବିଭାଗର କୌଣସି କାମରେ ହସ୍ତକ୍ଷେପ କରିବେ ନାହିଁ ।
