ଭୁଶୁଡ଼ିଲା ବ୍ରିଟିଶ ଅମଳର ପୁରୁଣା ଝୁଲେନ ପୋଲ
ସମ୍ବଲପୁର : ଭୁଶୁଡ଼ିଲା ପୋଲ । ନଦୀକୁ ଖସି ପଡିଲା ଡମ୍ପର । ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ କାହାରିକୁ ଉଦ୍ଧାର କରାଯାଇ ପାରିନାହିଁ। ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଏପରି ଏକ ଅଭାବନୀୟ ଘଟଣା ସମ୍ବଲପୁର ଜିଲାରେ ଦେଖିବାକୁ ମିଳିଛି ।
ସୂଚନା ଯେ, ଜିଲାର କୁଚିଣ୍ଡା ସହରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୪୯ ଖର୍ଲା ନଦୀ ଉପରେ ରହିଥିବା ବ୍ରିଟିଶ ଅମଳର ୧୦୦ ବର୍ଷର ପୁରୁଣା ଝୁଲେନ ପୋଲ ଭାଙ୍ଗି ଯାଇଛି। ଏହି ପୋଲ ଉପରୁ ଏକ ଡ଼ମ୍ପର ଗାଡି ପାଣି ଭିତରକୁ ଖସି ପଡିଛି। ଘଟଣାସ୍ଥଳରୁ ଜଣେ ବ୍ୟକ୍ତିକୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ କାହାରିକୁ ଉଦ୍ଧାର କରାଯାଇ ପାରିନାହିଁ। ସେହିପରି ଡ଼ମ୍ପରଟିକୁ ମଧ୍ୟ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ଘଟଣାସ୍ଥଳରେ ଦମକଳ ବାହିନୀ, ପୋଲିସ ଏସଡିପିଓ, ଆଇଆଇସି, ଉପଜିଲାପାଳ ଉପସ୍ଥିତ ଅଛନ୍ତି । ବ୍ରିଜ ଭାଙ୍ଗିବା ଫଳରେ କୁଚିଣ୍ଡା ସହରକୁ ଯୋଗାଯୋଗ ବିଛିନ୍ନ ରହିଛି। ଜାତୀୟ ରାଜପଥ ୪୯ ବିଲାସପୁରରୁ ଖଡକପୁର ସଂପୂର୍ଣ୍ଣ ବନ୍ଦ ରହିଛି ।
