ସଲମାନ@୫୮! ଜାଣନ୍ତୁ ଭାଇଜାନଙ୍କ ବିଷୟରେ କିଛି ରୋଚକ କଥା
ମୁମ୍ବାଇ : ସଲମାନ@୫୮ । ବଲିଉଡର ଭାଇଜାନ୍ ସଲମାନ ଖାନ ହିନ୍ଦୀ ସିନେମାରେ ଅନେକ ସୁପରହିଟ ଫିଲ୍ମରେ କାମ କରିଛନ୍ତି। ଆଜିବି ସଲମାନଙ୍କ ଦବଦବା ବଲିଉଡରେ ରହିଛି । ସଲମାନ ଖାନ କେବଳ ଅଭିନୟ ପାଇଁ ନୁହେଁ ବରଂ ତାଙ୍କର ଉଦାରତା ପାଇଁ ମଧ୍ୟ ବେଶ ଜଣାଶୁଣା । ଏହି କାରଣରୁ ତାଙ୍କର ଲୋକପ୍ରିୟତା ବିଦେଶରେ ମଧ୍ୟ ରହିଛି । ଆଜି ଦବାଙ୍ଗ ଖାନ୍ ତାଙ୍କର ୫୭ ତମ ଜନ୍ମଦିନ ପାଳନ କରୁଛନ୍ତି । ତେବେ, ତାଙ୍କ ଜନ୍ମଦିନ ଅବସରରେ ଆମେ ତାଙ୍କ ବିଷୟରେ କିଛି ରୋଚକ କଥା କହିବୁ । ସଲମାନ ଖାନ ନିଜର ଫିଟନେସ ପାଇଁ ମଧ୍ୟ ବେଶ ଜଣାଶୁଣା। ତେବେ, ଆପଣ ଜାଣିଛନ୍ତି କି, ସଲମାନ ଖାନ୍ ନିଜର ଓଜନ ବୃଦ୍ଧି ପାଇଁ ୩୦ରୁ ୩୫ଟି ରୁଟି ମଧ୍ୟ ଖାଉଥିଲେ। ତେବେ,ଆସନ୍ତୁ ଏହି ପୁରା ଘଟଣା ବିଷୟରେ ଜାଣିବା ।
ତେବେ, ଗୋଟେ ସମୟ ଥିଲା ସଲମାନ ଖାନ୍ ୩୦ରୁ ୩୫ଟି ରୁଟି ଖାଉଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସଲମାନ ଖାନ୍ ୧୯୯୧ ମସିହାରେ ଯେବେ ତାଙ୍କୁ ‘ସାଜନ୍ ‘ ଚଳଚ୍ଚିତ୍ର ପାଇଁ ଅଫର ମିଳିଲା ସେତେବେଳେ ତାଙ୍କର ଶରୀର ଏକଦମ୍ ପତଳା ଥିଲା । ଯାହାକୁ ନେଇ ଚିନ୍ତାରେ ପଡିଥିଲେ ନିର୍ମାତା । ଫଳରେ ତାଙ୍କୁ ଓଜନ ବୃଦ୍ଧି ପାଇଁ କୁହାଯାଇଥିଲା । ଅଭିନେତା ଏକ ସାକ୍ଷାତକାରରେ ଏହି ବିଷୟରେ କହିଥିଲେ। ସଲମାନ୍ କହିଥିଲେ ଯେ, ‘ସାଜନ୍ ‘ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ସେ ଓଜନ ବୃଦ୍ଧି ପାଇଁ ୩୦ରୁ ୩୫ଟି ରୁଟି ଖାଉଥିଲେ।
ସଲମାନ ଖାନ ଏକ ସାକ୍ଷାତକାରରେ କହିଥିଲେ ଯେ, ସେହି ସମୟ ମଧ୍ୟରେ ସେ କେବଳ ୩୦ ରୁ ୩୫ଟି ରୁଟି ନୁହେଁ ତାହା ସହ ରାଜମା ଓ ଭାତ ମଧ୍ୟ ଖାଉଥିଲି । ସେହି ସମୟରେ ସେ ନିଜର ଓଜନ ବଢାଇବା ପାଇଁ ହେବି ଫୁଡ୍ ଗ୍ରହଣ କରୁଥିଲେ। କିନ୍ତୁ ଆଜିର ସମୟରେ ସଲମାନ ଖାନ୍ ୧୯୯୧ ମସିହାରେ ଖାଇଥିବା ଖାଦ୍ୟ ବର୍ତ୍ତମାନ ଖାଇ ପାରିବେ ନାହିଁ ।
ଆପଣ ସମସ୍ତେ ଜାଣିଛନ୍ତି ଯେ,ସଲମାନ ଖାନ୍ ପ୍ରକୃତି କିଭଳି । ଆପଣ ତାଙ୍କ ପିଲାଦିନ ବିଷୟରେ ଅନେକ କାହାଣୀ ବିଷୟରେ ନିଶ୍ଚୟ ଜାଣିଥିବେ । କିନ୍ତୁ ଆପଣ ଜାଣନ୍ତି କି ସଲମାନ ଖାନ ଛୋଟ ଥିବା ବେଳେ ତାଙ୍କ ପିତାଙ୍କ ଦରମା ଟଙ୍କା ପୋଡି ଦେଇଥିଲେ। ସଲମାନ ଖାନ ଏକ ସାକ୍ଷାତକାରରେ ଏହି ବିଷୟରେ କହିଥିଲେ । ସେତେବେଳେ ତାଙ୍କ ବୟସ ମାତ୍ର ୬ ବର୍ଷ ଥିଲା। ସେ ଏଭଳି ହରକତ ମଧ୍ୟ କରିଥିଲେ।
ସଲମାନ ଖାନ ୨୭ ଡିସେମ୍ବର ୧୯୬୫ରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମଗ୍ରହଣ କରିଥିଲେ। ଏହା ପରେ ସେ ମୁମ୍ବାଇ ଆସିଥିଲେ। ସଲମାନ ଖାନ ତାଙ୍କ ପରିବାର ସହିତ ଗାଲାକ୍ସିରେ ରୁହନ୍ତି। ସଲମାନ ଖାନ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଧନୀ ଷ୍ଟାର କିନ୍ତୁ ଏହା ପରେ ମଧ୍ୟ ସେ ଗାଲାକ୍ସି ଫ୍ଲାଟରେ କାହିଁକି ରୁହନ୍ତି ତାହା କାହାକୁ ଜଣା ନାହିଁ। ବାସ୍ତବରେ ସଲମାନ ଖାନ କହିଛନ୍ତି ଯେ ତାଙ୍କ ପିତାମାତା ଏହି ବିଲଡିଂ ଉପର ଫ୍ଲାଟରେ ରୁହନ୍ତି। ଏବଂ ତାଙ୍କର ପିଲାଦିନ ଏହି ସ୍ଥାନରେ ଅତିବାହିତ ହୋଇଛି। ଏଭଳି ପରିସ୍ଥିତିରେ ସଲମାନଙ୍କ ପାଇଁ ଏହି ସ୍ଥାନ ଛାଡିବା ଏତେ ସହଜ ନୁହେଁ ବୋଲି ସେ କୁହନ୍ତି।
