ଆଦିବାସୀ ଓ ପଛୁଆ ବର୍ଗର ଲୋକଙ୍କ ହକ୍ ପାଇଁ ସଦର ଭାଜପାର ଜନ ଆନ୍ଦୋଳନ
ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ
ସୋମବାର ସକାଳେ ଶହ ଶହ ଆଦିବାସୀ ଓ ପଛୁଆ ବର୍ଗର ଲୋକ ସହରର ଗାନ୍ଧିସ୍ମୃତି ଭବନରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲେ । ସେଠାରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲାପାଳ ମହୋଦୟଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥା ଅନୁଯାୟୀ ୧୯୯୨ରୁ ଆଜି ଯାଏଁ ସରପଞ୍ଚ ପଦବୀ ପାଇଁ ଅନୁସୂଚିତ ଜନଜାତିଙ୍କୁ ସଂରକ୍ଷଣ ପ୍ରଦାନ କରାଯାଇ ଆସୁଅଛି । କିନ୍ତୁ ୨୦୨୨ ପଞ୍ଚାୟତ ନିର୍ବାଚନରେ ବାଲେଶ୍ୱର ସଦର ବ୍ଲକରେ ଆଦିବାସୀଙ୍କୁ ସଂରକ୍ଷଣ ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ତେଣୁ ଆଦିବାସୀଙ୍କୁ ଉପେକ୍ଷା ନକରି ପୂର୍ବ ଭଳି ଉଚିତ ସମ୍ମାନ ଦିଆଯାଉ । ସେହିପରି ରାଜ୍ୟରେ ପଛୁଆ ବର୍ଗଙ୍କ ଜନସଂଖ୍ୟା ୫୪% ରୁ ଉର୍ଦ୍ଧ୍ୱ ଯାହାକି ସଂଖ୍ୟାରେ ୨.୫ କୋଟି ଅଟେ ଏବଂ ଗତ ୫ଟି ପଞ୍ଚାୟତ ନିର୍ବାଚନ ଓବିସି ବର୍ଗର ପ୍ରାର୍ଥୀ ମାନେ ୨୭% ସଂରକ୍ଷଣ ଆଧାରରେ ନିର୍ବାଚନ ଲଢି ସାରିଛନ୍ତି ।
ଆଗାମୀ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ ନେଇ ରାଜ୍ୟ ସରକାରଙ୍କର ଓବିସି ବର୍ଗ ଓ ଆଦିବାସୀଙ୍କ ପ୍ରତି ବୈମାତୃକ ମନୋଭାବ କାରଣରୁ ଉକ୍ତ ବର୍ଗ ନିର୍ବାଚନରେ ଭାଗ ନେବା ନେଇ ଦ୍ୱନ୍ଦ ପରିସ୍ଥିତି ସୃଷ୍ଟି ହୋଇଛି । ସମାନ ପରିସ୍ଥିତିରେ ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର ଓ କେନ୍ଦ୍ର ସରକାର ଏ ସମ୍ପର୍କରେ ଉଚ୍ଚତମ ନ୍ୟାୟାଳୟରେ ଦ୍ୱାରସ୍ଥ ହୋଇଥିବା ବେଳେ ଓଡିଶା ସରକାର ଏ ସମ୍ପର୍କରେ ଉଦାସୀନ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଉଚ୍ଚତମ ନ୍ୟାୟାଳୟର ନିଷ୍ପତି ଆଳ ଦେଖାଇ ରାଜ୍ୟ ସରକାର ଓବିସି ବର୍ଗକୁ ଆଗାମୀ ନିର୍ବାଚନରେ ବଞ୍ଚିତ କରାଇବାକୁ ଉଦ୍ୟମ କରୁଛନ୍ତି । ବହୁ ବିଳମ୍ବରେ ଗଠିତ ରାଜ୍ୟ ଓବିସି କମିଶନ କାହିଁକି ତାଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟ କରିପାରିଲେ ନାହିଁ ଏବଂ ତାର ପରିଣାମ ଏକ ନିଦ୍ଦିଷ୍ଟ ଜାତି ବର୍ଗ ଭୋଗ କରିବା କେତେ ଦୂର ଯଥାର୍ଥ ବୋଲି ଶ୍ରୀ ଦତ୍ତ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି । ଶ୍ରୀ ଦତ୍ତ କହିଛନ୍ତି ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ଆଧାରରେ ପ୍ରତିନିଧିତ୍ୱ କରିବା ପାଇଁ ଆଦିବାସୀ ଓ ପଛୁଆ ବର୍ଗଙ୍କୁ ଯେଉଁ ସାମ୍ବିଧାନିକ ଅଧିକାର ଦିଆଯାଇଅଛି ତାହା ସୁନିଶ୍ଚିତ କରିବା ପରେ ପଞ୍ଚାୟତ ନିର୍ବାଚନ କରାଯାଉ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ଶିପ୍ରା ବାଜପେୟୀ, ପର୍ଶୁରାମ ବେହେରା, ଗୌରାଙ୍ଗ ଦାସ, ସୀତାକାନ୍ତ ସ୍ୱାଇଁ, ଲୋକନାଥ ଭୁୟାଁ, ଅନନ୍ତ ନାୟକ, ରବୀନ୍ଦ୍ର ରାଜ, ସତ୍ୟଜିତ ମିଶ୍ର, ସରପଞ୍ଚ ସୁଭେଶ ନାୟକ, ସାନିଆ ମୁର୍ମୁ, ସତ୍ୟଭାମା ରାଉତ, ଅନିତା ବେହେରା, ସର୍ବେଶ୍ୱର ମହାନ୍ତି, ସମିତି ସଭ୍ୟା ଜୟନ୍ତୀ ମୁର୍ମୁ, ବନିତା ଭୂୟାଁ, ମଣ୍ଡଳ ସଭାପତି ତପନ ଗିରି, କାର୍ତ୍ତିକ ରାଉତ, ଭୁଦେବ ସାହୁ, ଜଗଦାନନ୍ଦ ଦାସ, ଅନ୍ତର୍ଯ୍ୟାମୀ ବେହେରା, ବୃନ୍ଦାବନ ରାଉତ, ପିତାମ୍ବର ଭୂୟାଁ, ପ୍ରଦୀପ ବାସ୍କେ, ଅମଲ ପରିଡ଼ା, ସନ୍ତୋଷ ସେଠୀ, ଅତୁଲ ଖଟୁଆ, ମାନସ ନାୟକ, ମାୟାଧର ପ୍ରଧାନ, ମଣ୍ଟୁ ବସନ୍ତିଆ, ଶ୍ରୀନିବାସ ମହାଳିକ, କୌସିକ ଚାନ୍ଦ, ଅଶୋକ ଦାସ, ସରୋଜ ହାଜରା, ପବନ କମିଳା, ତପନ ବେହେରା, ଦିଲ୍ଲୀପ ଦାସ, ଜିତେନ୍ଦ୍ର ଷଡଙ୍ଗୀ ସହ ଶହ ଶହ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ପରିଶେଷରେ ବରିଷ୍ଠ ନେତା ଗଙ୍ଗାଧର ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


