ଓଡେଶାରେ ରୁଷର କ୍ଷେପଣାସ୍ତ୍ର ମାଡ଼ : ୩ ମାସର ଶିଶୁ ସମେତ ୮ ମୃତ
କିଭ : ରୁଷୋ-ୟୁକ୍ରେନ ଯୁଦ୍ଧରେ ୟୁକ୍ରେନ୍ ଏବେ ଧ୍ୱଂସସ୍ତୁପ ପାଲଟିଛି । ଆଜି ୟୁକ୍ରେନ ଦାବି କରିଛି ଯେ ଓଡେସା ସହରରେ ରୁଷର କ୍ଷେପଣାସ୍ତ୍ର ମାଡ଼ରେ ଗେଟିଏ ୩ ମାସର ଶିଶୁ ସମେତ ୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଏଠାରେ, ମାରିୟୁପୋଲ, ଖାର୍କିଭ ଏବଂ ଲୁହାନସ୍କ ସମେତ ଅନେକ ସହରରେ ରୁଷ୍ ମିସାଇଲ୍ ମାଡ଼ କରିଛି ।ପାଶ୍ଚାତ୍ୟ ଦେଶଗୁଡିକର ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ରୁଷ ତୁରନ୍ତ ଯୁଦ୍ଧ ବନ୍ଦ ନକରେ ତେବେ ପୁଟିନ ସୈନ୍ୟବଳ ଖୁବଶୀଘ୍ର କିଭ୍ ଦଖଲ କରିବାକୁ ସକ୍ଷମ ହେବେ । ଆମେରିକା କହିଛି ଯେ ପ୍ରତିରକ୍ଷା ମନ୍ତ୍ରୀ ଓଲିଉଡ ଅଷ୍ଟିନ ଏବଂ ବୈଦେଶିକ ମନ୍ତ୍ରୀ ଆଣ୍ଟୋଏନ ବ୍ଲିଙ୍କେନ୍ ରବିବାର କିଭ୍ ଗସ୍ତ କରିବେ ।
ସେ ଏଠାରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିବେ।ଅପରପକ୍ଷେ ରୁଷ-ୟୁକ୍ରେନରେ ଶାନ୍ତି ଆଲୋଚନା ହେବାର ଦାବି ମଧ୍ୟରେ ତୁର୍କୀ ଏକ ବଡ ପଦକ୍ଷେପ ନେଇଛି। ତୁର୍କୀ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଆମେ ଆମର ବାୟୁସେନା ରୁଷକୁ ବନ୍ଦ କରିଛୁ। ସେ କହିଛନ୍ତି ଯେ ରୁଷର ବିମାନଗୁଡ଼ିକ ଆଉ ସିରିଆକୁ ଉଡ଼ି ପାରିବେ ନାହିଁ। ଏହାପୂର୍ବରୁ ଶନିବାର ଦିନ ତୁର୍କୀ ରାଷ୍ଟ୍ରପତି ଦାବି କରିଥିଲେ ଯେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୪୮ ଘଣ୍ଟା ମଧ୍ୟରେ ଶେଷ ହେବ। ସେ ଇସ୍ତାନବୁଲରେ ଦୁଇ ଦେଶର ରାଷ୍ଟ୍ରପତିଙ୍କ ମଧ୍ୟରେ ହୋଇଥିବା ବୈଠକ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି।
