ଇରପିନରେ ରୁଷିଆର ମିସାଇଲ ମାଡ, ୨୬୯ ମୃତ !
ନୂଆଦିଲ୍ଲୀ : ୟୁକ୍ରେନ୍ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି । ପୂର୍ବ ୟୁକ୍ରେନ୍ରେ ଲଢ଼େଇ ତୀବ୍ର ହୋଇଛି । ମାରିୟୁପୋଲରେ ମଧ୍ୟ ରୁଷିଆର ସେନା ଲଗାତାର ବୋମାମାଡ଼ କରିଛି । ୟୁକ୍ରେନ୍ ତରଫରୁ କୁହାଯାଇଛି ଯେ, ଇରପିନରେ ରୁଷିଆ ଆକ୍ରମଣରେ ୨୬୯ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଜଣାପଡ଼ିଛି । ଲଭିଭରେ ରୁଷୀୟ ସେନାର ମିସାଇଲ ଆକ୍ରମଣରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ରୁଷିଆ ତରଫରୁ ତୀବ୍ର କରାଯାଇଥିବା ଏହି ଆକ୍ରମଣ ପରେ ୟୁକ୍ରେନରେ ଏୟାର ରେଡ ଆଲର୍ଟ କରାଯାଇଛି ।
ୟୁକ୍ରେନ୍ର ରାଷ୍ଟ୍ରପତି ଜେଲେନ୍ସ୍କି ତରଫରୁ କୁହାଯାଇଛି ଯେ, ରୁଷିଆ ସୈନିକ ଡନବାସ ପାଇଁ ଲଢ଼େଇ ଆରମ୍ଭ କରିଦେଇଛନ୍ତି । ଏଥି ସହିତ ସେ କହିଛନ୍ତି ଯେ, ରୁଷିଆ ଯେତେ ପରିମାଣରେ ସୈନିକ ମୁତୟନ କରୁ ପଛେ, ଆମେ ୟୁକ୍ରେନବାସୀଙ୍କୁ ସୁରକ୍ଷା ଦେବୁ । ଆମେ ଲଢ଼ିବୁ । ଜେଲେନ୍ସ୍କି ଦମ୍ଭ ଦେଖାଇଥିବା ବେଳେ ଡୋନେତସ୍କରେ ଗୁଳିବର୍ଷା ଜାରି ରହିଛି । ଲଭିଭ ସହରରେ ମଧ୍ୟ ରୁଷିଆର ସେନା ମିସାଇଲ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏହାରି ମଧ୍ୟରେ ୟୁକ୍ରେନ୍ ସରକାର ରୁଷିଆ ନିୟନ୍ତ୍ରିତ ଖେରସାନ ଓ କ୍ରିମିୟାକୁ ଛାଡ଼ି ପୂରା ଦେଶ ପାଇଁ ଏୟାର ରେଡ ଆଲର୍ଟ ଜାରି କରିଛି ।
