ଭୁବନେଶ୍ୱର ଋଷୀୟ ଦମ୍ପତ୍ତି, ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର : ରାୟଗଡ଼ାରେ ଦୁଇ ଋଷୀୟ ନାଗରିକଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚରେ ହାଜର ହୋଇଛନ୍ତି ଋଷୀୟ ଦମ୍ପତ୍ତି ଟୁର୍ଭୋ ଓ ପାନସେଙ୍କୋ । ରାୟଗଡାରୁ ଭୁବନେଶ୍ୱର ପହଞ୍ଚିବାପରେ ସେମାନେ କ୍ରାଇମବ୍ରାଞ୍ଚରେ ହାଜର ହୋଇଛନ୍ତି । ଟୁରିଷ୍ଟ ଗାଇଡ ଜିତେନ୍ଦ୍ର ସିଂ ମଧ୍ୟ ହାଜର ହୋଇଛନ୍ତି । ଆଜି ମାମଲାର ତଦନ୍ତ ଭାର ନେଇଛି କ୍ରାଇମବ୍ରାଞ୍ଚ । ୩ ଜଣଙ୍କୁ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ ।
