ଏଲନ୍ ମସ୍କଙ୍କ ଉପରେ ପଡ଼ିଲା ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ, ୨୦୦ ବିଲିୟନ ଡଲାରରୁ କମିଲା ସମ୍ପତ୍ତି
(FILES) In this file photo Elon Musk, founder of SpaceX, speaks during the Satellite 2020 at the Washington Convention CenterMarch 9, 2020, in Washington, DC. - Elon Musk, the charismatic chief of electric automaker Tesla, has overtaken Bill Gates to become the world's second richest person, according to the Bloomberg list of billionaires. The South African-born Musk, 49, added $7.2 billion in wealth on November 23, 2020 alone following Tesla's latest surge. He now has an estimated $128 billion. (Photo by Brendan Smialowski / AFP) (Photo by BRENDAN SMIALOWSKI/AFP via Getty Images)
ନୂଆଦିଲ୍ଳୀ: ଋଷ ଏବଂ ୟୁକ୍ରେନ ଯୁଦ୍ଧର ପ୍ରଭାବ ବର୍ତ୍ତମାନ କୋଣ ଅନୁକୋଣରେ ଅନୁଭୂତ ହେଉଛି । ଏପରି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାଁନ୍ତି । ଏହି ସଙ୍କଟ ଯୋଗୁଁ ସମଗ୍ର ବିଶ୍ୱରେ ଷ୍ଟକ୍ ମାର୍କେଟରେ ଏକ ବଡ଼ ହ୍ରାସ ଘଟିଛି । ଯେଉଁଥିପାଇଁ ଏଲୋନ୍ ମସ୍କଙ୍କ ସମ୍ପତ୍ତି ବର୍ତ୍ତମାନ ୨୦୦ ବିଲିୟନ ଡଲାରରୁ କମ୍ ହୋଇଛି ।
ଏକ ସମୟରେ, ମସ୍କଙ୍କ ମୋଟ ମୂଲ୍ୟ ୩୦୦ ବିଲିୟନ ଡଲାର ଅତିକ୍ରମ କରିଥିଲା । ହେଲେ ବୁଧବାର ଷ୍ୟକ ଏକ୍ସଚେଞ୍ଜ ଡାଉନ ପରେ ମସ୍କ ୧୩.୩ ବିଲିୟନ ଡଲାରର କ୍ଷତି ସହିଛନ୍ତି । ତାଙ୍କର ନେଟ୍ ମୂଲ୍ୟ ୧୯୮.୬ ବିଲିୟନ ଡଲାରକୁ ଖସି ଆସିଛି । ଦୀର୍ଘ ସମୟ ପରେ ଏହା ଘଟିଲାଯେ, କୌଣସି ବିଲିୟନେୟଙ୍କର ନେଟ୍ ମୂଲ୍ୟ ୨୦୦ ବିଲିୟନ ଡଲାରରୁ ଅଧିକ ନୁହେଁ । ତଥାପି ଟେସଲାର ସିଇଓ ହେଉଛନ୍ତି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି । ଟେସଲାଙ୍କ ସେୟାରରେ ଳଗାତାର କ୍ରମାଗତ ଚତୁର୍ଥ ଥର ପାଇଁ ଡାଉନ ପଡ଼ିଛି ।
