ଯୁଦ୍ଧ ଶେଷ ହେବା ପର୍ଯ୍ୟନ୍ତ ରୁଷିଆ ଉପରେ ଚାପ ପ୍ରୟୋଗ କରିବା ଦରକାର : ଆମେରିକା ବିଦେଶ ମନ୍ତ୍ରୀ
ୱାଶିଂଟନ୍ : ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦ (ୟୁଏନ୍ଏଚ୍ଆରସି)ରେ ରୁଷକୁ ନିନ୍ଦା କରାଯାଇଥିବା ଏକ ପ୍ରସ୍ତାବରେ ଭାରତ ପୁଣି ଥରେ ଭୋଟ ଦେଇନାହିଁ। ଏହି ପ୍ରସ୍ତାବ ୟୁକ୍ରେନ୍ ଉପରେ ରୁଷିଆର ସେନା କାର୍ଯ୍ୟାନୁଷ୍ଠାନରେ ମାନବାଧିକାର ଉଲ୍ଲଂଘନ ପକ୍ଷରେ ଭୋଟିଂ ହୋଇଥିଲା। ଭାରତ ସମେତ ମୋଟ ୧୩ଟି ଦେଶ ଏହି ଭୋଟିଂରେ ଅଂଶଗ୍ରହଣ କରି ନଥିଲେ। ରୁଷୀୟ ସେନା ପକ୍ଷରୁ ଜେପୋରୀଜିୟା ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ଦଖଲ କରିସାରିଛନ୍ତି। ଏହା ପରେ ରୁଷୀୟ ସୈନିକ ସମସ୍ତ ନଜର କିଭ ଉପରେ ରଖିଛନ୍ତି। ୟୁକ୍ରେନ୍ ଦାବି କରିଛି ଯେ, ଜେପୋରୀଜିୟା ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟକୁ ବଡ଼ କ୍ଷତିହୋଇଛି। ଏହା ୟୁରୋପର ସବୁଠାରୁ ବଡ଼ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ। ଅଧିକାରୀଙ୍କ କହିବା ଅନୁସାରେ କାରଖାନାର ୩ୟ, ୪ର୍ଥ ଓ ୫ମ ମହଲାରେ ଅଗ୍ନିକାଣ୍ଡ ହୋଇଥିଲା। ରୁଷିଆର ସୈନିକମାନେ ଥର୍ମାଲ ଇମୋଜିଙ୍ଗ ଲ୍ୟାନ୍ସ ମାଧ୍ୟମରେ ଆକ୍ରମଣ କରିଥିବା ନେଇ ୟୁକ୍ରେନ ଅଭିଯୋଗ ଆଣିଛି।
ଏହାରି ମଧ୍ୟରେ ଜି୭ ରୁଷିଆକୁ ଚେତାବନୀ ଦେଇଛି। ଆମେରିକାର ବିଦେଶ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନର କହିବା ଅନୁସାରେ ଆମେରିକା ଓ ୟୁରୋପୀୟ ସଂଘକୁ ଯୁଦ୍ଧ ଶେଷ ହେବା ପର୍ଯ୍ୟନ୍ତ ରୁଷିଆ ଉପରେ ଚାପ ପ୍ରୟୋଗ କରିବା ଦରକାର। ଅନ୍ୟପଟରେ ଜି୭ ମଧ୍ୟ ରୁଷିଆ ବିରୋଧରେ ଅଧିକ କଟକଣା ଲଗାଇବାକୁ ଚେତାବନୀ ଦେଇଛି।
