ୟୁକ୍ରେନ ସହ ଯୁଦ୍ଧ ପରେ ଋଷ ଉପରେ ଲାଗିଲା ପ୍ରତିବନ୍ଧକ! ଜାଣନ୍ତୁ କେଉଁ ଦେଶ କ’ଣ କଲେ ବ୍ୟାନ୍
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ସମଗ୍ର ବିଶ୍ୱରେ ଅସନ୍ତୋଷ ଦେଖାଦେଇଛି। ଯୁଦ୍ଧର ତୃତୀୟ ଦିନରେ ୟୁକ୍ରେନର ଅବସ୍ଥା ବହୁତ ଖରାପ ହେବାରେ ଲାଗିଛି। ସାଧାରଣ ନାଗରିକଙ୍କ ମଧ୍ୟରେ ଏପରି ଭୟର ବାତାବରଣ ଅଛି ଯେ ଲୋକମାନେ ନିଜ ଘର ଛାଡି ମେଟ୍ରୋ ତଳେ କିମ୍ବା ଭୂତଳ ଟନେଲରେ ଲୁଚି ରହିଛନ୍ତି। ହଜାର ହଜାର ଲୋକ ଦେଶ ଛାଡି ପଡୋଶୀ ଦେଶକୁ ଯାଉଛନ୍ତି। ଏହି ସମୟରେ, ୟୁକ୍ରେନରେ ଋଷର ଆକ୍ରମଣ ପରେ ଅନେକ ଦେଶ ମସ୍କୋ ଉପରେ ବିଭିନ୍ନ ପ୍ରତିବନ୍ଧକ ଲଗାଇଛନ୍ତି। ଋଷ ଉପରେ ବିଶ୍ୱ କ’ଣ ପ୍ରତିବନ୍ଧକ ଲଗାଇଛି ଏବଂ ଏହାର କେତେ ପ୍ରଭାବ ପକାଇବ, ଆସନ୍ତୁ ଜାଣିବା…
ଆମେରିକା :
ଶୁକ୍ରବାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଋଷ ଉପରେ ଅନେକ କଟକଣା ଘୋଷଣାକରିଛନ୍ତି। ସେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ବୈଦେଶିକ ମନ୍ତ୍ରୀ ସର୍ଜେଲାଭ୍ରୋଭଙ୍କ ଉପରେ ଆମେରିକା ଭ୍ରମଣ ନିଷେଧ କରିଛି। ଏହା ପରେ ବାଇଡେନ, ଋଷର ଚାରୋଟି ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଋଷର ବଡ କମ୍ପାନୀ ଗାଜପ୍ରୋମ ସମେତ ଆମେରିକା ୧୨ଟି କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଋଷକୁ ରପ୍ତାନି ହୋଇଥିବା ପ୍ରତିରକ୍ଷା ଏବଂ ଏରୋନେଟିକ୍ ଉପକରଣ ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି। ଏହା ବ୍ୟତୀତ ଋଷକୁ ସାହାଯ୍ୟ କରିବା ପାଇଁ ବେଲାଋଷର ଅନେକ ଲୋକଙ୍କୁ ମଧ୍ୟ ବାରଣ କରାଯାଇଛି।
ୟୁରୋପୀୟ ସଂଘ :
ୟୁରୋପୀୟ ୟୁନିୟନ୍ ମଧ୍ୟ ପୁଟିନ ଏବଂ ଲାଭ୍ରୋଭଙ୍କ ଉପରେ କଟକଣା ଲଗାଇଛି। ବୈଦେଶିକ ମନ୍ତ୍ରୀଙ୍କ ଜରୁରୀକାଳୀନ ବୈଠକରେ ଋଷ ଉପରେ ଅନେକ କଠୋର ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି। ୟୁରୋପୀୟ ୟୁନିଅନ ଋଷର ବୈଦେଶିକ ନୀତି ମୁଖ୍ୟ ଜୋସେଫ ବୋରେଲଙ୍କ ଉପରେ କଠୋର ପ୍ରତିବନ୍ଧକ ଲଗାଇ ତାଙ୍କୁ ଜଣେ ନିର୍ଦ୍ଦୟ ବ୍ୟକ୍ତି ବୋଲି କହିଛି। ୟୁରୋପୀୟ ସଂଘ ଦ୍ୱାରା ଲାଗୁ କରାଯାଇଥିବା ପ୍ରତିବନ୍ଧକ ଯୋଗୁଁ ଋଷର ଆର୍ଥିକ, ଶକ୍ତି ଏବଂ ପରିବହନ କ୍ଷେତ୍ର ପ୍ରଭାବିତ ହେବ। ଏହା ବ୍ୟତୀତ ଋଷୀୟ ବ୍ୟକ୍ତିବିଶେଷଙ୍କ ଇୟୁ ବ୍ୟାଙ୍କରେ ଟଙ୍କା ଜମା କରିବାର କ୍ଷମତା ମଧ୍ୟ ପ୍ରଭାବିତ ହେବ। ୟୁରୋପୀୟ ୟୁନିଅନର ସମସ୍ତ ୨୭ଟି ଦେଶରେ ଅନେକ ଋଷୀୟ ଲୋକଙ୍କୁ ଆସିବାକୁ ବାରଣ କରାଯିବ ଏବଂ ସେମାନଙ୍କର ସମ୍ପତ୍ତି ମଧ୍ୟ ଏଠାରେ ଜବତ କରାଯିବ।
ବ୍ରିଟେନ୍ :
ବ୍ରିଟେନ ସରକାର ଶୁକ୍ରବାର ପୁଟିନ ଏବଂ ଲାଭ୍ରୋଭଙ୍କ ସମସ୍ତ ସମ୍ପତ୍ତି ଫ୍ରିଜ୍ କରିବା ଏବଂ ଏହାର ଆକାଶ ମାର୍ଗରେ ଋଷର ବିତ୍ତଶୀଳ ବ୍ୟକ୍ତିଙ୍କ ବିମାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୁଟିନ ଏବଂ ଲାଭ୍ରୋଭଙ୍କ ବ୍ୟତୀତ ବ୍ରିଟେନ ଅନେକ ଲୋକଙ୍କ ସମ୍ପତ୍ତି ଏବଂ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାପୂର୍ବରୁ ବ୍ରିଟେନ, ଋଷ ବ୍ୟାଙ୍କ ଭିଟିବି ଏବଂ ପ୍ରତିରକ୍ଷା ନିର୍ମାତା ରୋଷ୍ଟେକର ସମ୍ପତ୍ତିକୁ ଫ୍ରିଜ୍ କରିଦେଇଛି।
କାନାଡା :
ପୁଟିନ ଏବଂ ଲାଭ୍ରୋଭଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକ ବ୍ୟତୀତ କାନାଡା, ଋଷକୁ ଫାଷ୍ଟ ପେମେଣ୍ଟ ସିଷ୍ଟମରୁ ବାଦ ଦେଇଛି। ଏହା ଋଷ ପାଇଁ ବ୍ୟବସାୟ କରିବା କଷ୍ଟକର କରିବ। ଋଷକୁ ସାହାଯ୍ୟ କରୁଥିବା ବେଲାଋଷ ଉପରେ କାନାଡା ମଧ୍ୟ ଅନେକ ପ୍ରତିବନ୍ଧକ ଲଗାଇଛି। ଋଷର ପ୍ରାୟ ୬୦ ଜଣ ପ୍ରଭାବଶାଳୀ ବ୍ୟକ୍ତି ଏବଂ ବ୍ୟାଙ୍କ ଉପରେ କାନାଡା କଟକଣା ଲାଗୁ କରିଛି।
ଏସିଆ ପେସିଫିକ୍ :
ପାଶ୍ଚାତ୍ୟ ଦେଶମାନଙ୍କରେ ଋଷ ଉପରେ ଲାଗିଥିବା ପ୍ରତିବନ୍ଧକକୁ ନେଇ ଏସିଆ-ପେସିଫଇକରେ କୌଣସି ଏକତା ନାହିଁ। ଭାରତ ଏପରି କୌଣସି ପ୍ରତିବନ୍ଧକ ଲଗାଇବ ନାହିଁ। ଜାପାନର ପ୍ରଧାନମନ୍ତ୍ରୀ, ସେମିକଣ୍ଡକ୍ଟରର ଆମଦାନୀକୁ ବନ୍ଦ କରି ଦେଇଛନ୍ତି ଏବଂ ୟୁକ୍ରେନରେ ସ୍ଥିତି ପରିବର୍ତ୍ତନ ପାଇଁ ପୁଟିନଙ୍କୁ ସମାଲୋଚନା କରିଛନ୍ତି। ଜାପାନ ବ୍ୟତୀତ ତାଇୱାନ ମଧ୍ୟ ଋଷ ଉପରେ ପ୍ରତିବନ୍ଧକ ଲଗାଇଛି। ଏଥି ସହିତ ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ୨୫ ଋଷୀୟ ବ୍ୟକ୍ତି, ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନ ଇତ୍ୟାଦି ଉପରେ ପ୍ରତିବନ୍ଧକ ଲଗାଇଛି।
