ମହିଳା ଇଂଜିନିୟରଙ୍କୁ ଟ୍ରେନରେ ପିଟି ଲହୁଲୁହାଣ କଲେ ଆରପିଏଫ ଯବାନ
ରାଉରକେଲା : ଟ୍ରେନରେ ଯାତ୍ରା କରୁଥିବା ଜଣେ ମହିଳା ଇଂଜିନିୟରଙ୍କୁ ଜଣେ ଆରପିଏଫ ଯବାନ ପିଟି ଲହୁଲୁହାଣ କରିବା ନେଇ ରାଉରକେଲା ଜିଆରପି ଥାନାରେ ଏକ ମାମଲା ରୁଜୁ ହୋଇଛି । ମହିଳା ଜଣକ ହେଲେ ଅନୀତା ରାଜ,ସେ ବାଙ୍ଗାଲୋର ରୁ ହାଉଡା ଅଭିମୁଖେ ଗୀତାଂଜଳୀ ଟ୍ରେନରେ ଯାଉଥିଲେ । ଆଜି ସକାଳେ ପାନପୋଷ ନିକଟରେ ଜଣେ ଆରପିଏଫ ଜବାନ ତାଙ୍କୁ ଦେଖି ପଚରା ଉଚରା କରିବା ସହ ତାଙ୍କୁ ଟିକେଟ ମାଗିଥିଲା ,ସେ ଟିକେଟ ଦେଖାଇ ନପାରିବାରୁ ତାଙ୍କୁ ଟ୍ରେନ ଭିତରେ ନିସ୍ତୁକ ପିଟାଯାଇଥିଲା ,ସେଥିରେ ମହିଳା ଜଣଙ୍କର ମୁଣ୍ଡ ଫାଟି ଲହୁଲୁହାଣ ହୋଇଯାଇଥିଲା । ମହିଳା ଜଣକ ରାଉରକେଲା ଜିଆରପିରେ ଏନେଇ ଲିଖିତ ଅଭିଯୋଗ କରିବା ପରେ ଆରପିଏଫ କନେଷ୍ଟବଳ ଅଜିତ କୁମାର ନାୟକ ଏହି ଘଟଣାରେ ସଂପୃକ୍ତ ବୋଲି ଜଣା ପଡିଛି । ଜିଆରପି ପକ୍ଷରୁ ଜଣେ ଡିଏସପିଙ୍କ ନେତୃତ୍ୱରେ ଏହିଘଟଣାର ତଦନ୍ତ ଆରମ୍ଭ ହୋଇଛି । ପୁଲିସ ପକ୍ଷରୁ ମହିଳା ଜଣଙ୍କର ବୟାନ ରେକର୍ଡ ଲାଗି କୋର୍ଟର ସହାୟତା ନିଆଯାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ ମହିଳା ଜଣକ ବିନା ଟିକେଟରେ ଯାତ୍ରା କରୁଥିଲେ ବୋଲି ମାନିବା ପରେ ମଧ୍ୟ ଆରପିଏଫ ତାଙ୍କୁ ପୁଲିସି ର ଜିମା ନଦେଇ କିମ୍ବା ଟିଟିଆଇଙ୍କୁ ନଜଣାଇ ଏଭଳି ମାଡ ମାରିବା ସେ ପୁଣି ଜଣେ ମହିଳାଙ୍କୁ ପିଟି ଲହୁଲୁହାଣ କରିବା କେତେ ଦୁର ଠିକ ବୋଲି ପ୍ରଶ୍ନ ହେଉଛି । ମହିଳା ଜଣଙ୍କର ଅବସ୍ଥା ଓ ବେସ ଭୁଷା ତଥା ସେ ବିନା ଟିକେଟରେ ଯାତ୍ରା କରିବା ଆଦିକୁ ନେଇ ମଧ୍ୟ ପଚରା ଉଚରା ଆରମ୍ଭ କରିଛି ।
