ରୋଗୀଙ୍କ ପାଇଁ ଗଡ଼ିଲା ଇ-ରିକ୍ସା, ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ ସେବା
ବରଗଡ଼ : ଖେଦାପାଲି ଟୁକୁରଲାକୁ ଗଡ଼ିଲା ଇ-ରିକ୍ସା । ସହର ଠାରୁ ୭କିଲୋମିଟର ଦୂରରେ ରହିଥିବା ଜିଲା ମୁଖ୍ୟ ଡାକ୍ତରଖାନାକୁ ଗଲା ରିକ୍ସା । ପେଟ୍ରୋଲ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ବରଗଡ଼ ଜିଲା ପ୍ରଶାସନ ପକ୍ଷରୁ ଆଜି ୫ ଗୋଟି ଇ-ରିକ୍ସାର ଉଦଘାଟନ କରାଯାଇଛି।
ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ବରଗଡ ଟାଉନ ଠାରୁ ଖେଦାପାଲି ଟୁକୁର୍ଲା ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅତି ସହଜରେ ଯାଇ ପାରିବେ ସେଥିପାଇଁ ଏହି ସୁବିଧା କରାଯାଇଥିବା ଜିଲା ପ୍ରଶାସନ ପକ୍ଷରୁ ପ୍ରକାଶ । ଏହି କାର୍ଯ୍ୟକ୍ରମକୁ ପୌରରିଷଦ ଠାରେ ଜିଲ ପାଳ ମନୀଷା ବାନାର୍ଜୀ ପରିଚାଳନା କରିଥିଲେ । ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କଲ୍ପନା ମାଝୀ ଏହାକୁ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଜିଲା ଯୋଜନା ବୋର୍ଡ଼ ର ଅଧ୍ୟକ୍ଷ ତଥା ବିଧାୟକ ଦେବେଶ ଆଚାର୍ଯ୍ୟ, ଟାଉନ ସଭାପତି କିଶୋର ମିଶ୍ର ଉପସ୍ଥିତ ଥିଲେ ।
