ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଧୁଆଁଧାର ପ୍ରଚାର
ନୀଳଗିରି : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଜାରି ରହିଛି । ଇତିମଧ୍ୟରେ ପଞ୍ଚାୟତ ନିର୍ବାଚନର ଦୁଇଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ବାଲେଶ୍ୱର ଜିଲା ନୀଳଗିରି ନିର୍ବାଚନମଣ୍ଡଳୀରେ ଆସନ୍ତା ୨୨ ତାରିଖରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ନିର୍ବାଚନୀ ପ୍ରଚାର ଜୋରଦାର ଚାଲିଛି । ପ୍ରମୁଖ ରାଜନୈତିକ ଦଳର ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ହେଭିୱେଟ୍ ନେତାମାନେ ପ୍ରଚାର ମଙ୍ଗ ସମ୍ଭାଳିବା ସହ ଲୋକଙ୍କୁ ଭୋଟ ଭିକ୍ଷା କରୁଛନ୍ତି ।
ସୂଚନା ଯେ, ନୀଳଗିରି ନିର୍ବାଚନ ମଣ୍ଡଳୀ ଅଧିନ ଭଉଁରିଆବାଡ଼ ପଞ୍ଚାୟତର ଶନିବାର ପୂର୍ବାହ୍ନରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନୀଳଗିରିକୁ ଦିନିକିଆ ଗସ୍ତରେ ଆସି ଭଉଁରିଆବାଡ ପଂଚାୟତର ତେରେଲଡିହି , ଆନନ୍ଦପୁର, କାନ୍ଥସିମୁଳିଆ, ବାଲିଆଝର, କୁମାର ଖାଲିଆ ଗ୍ରାମରେ ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ପ୍ରଥପ୍ରାନ୍ତ ସଭା ଓ ନିବନ ପଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ବଖାଣିବା ସହ ବିଜେଡି ସମର୍ଥନରେ ଛିଡ଼ା ହୋଇଥିବା ଷ୍ଟୁଲ ଚିହ୍ନରେ ସମିତିସଭ୍ୟା ପ୍ରାର୍ଥୀନୀ ଶୁଭଲକ୍ଷ୍ମୀ ମାଝୀ ଓ ଖୋଲା ଛତା ଚିହ୍ନରେ ସରପଞ୍ଚ ପ୍ରାର୍ଥୀ ସତ୍ୟନାରାୟଣ ସିଂ ଓ ୧୨ନଂ ଯୋନର ଜିଲ୍ଲା ପରିଷଦ ପ୍ରାର୍ଥୀନି ରଞ୍ଜୀତା ସିଂଙ୍କ ନିର୍ବାଚନୀ ପ୍ରଚାରରେ ସାମିଲ ହୋଇ ରାଜସ୍ବ ମନ୍ତ୍ରୀ ଶ୍ରୀ ମାରାଣ୍ଡି ଧୂଆଁଧାର ପ୍ରଚାର କରିଥିଲେ। ପଞ୍ଚାୟତ ରାଜନୀତିରେ ସମିତିସଭ୍ୟା ଓ ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ କୌଣସି ଦଳୀୟ ଚିହ୍ନରେ ପ୍ରାର୍ଥୀମାନେ ଲଢ଼ିବାର ବ୍ୟବସ୍ଥା ନାହିଁ । ମାତ୍ର ପରୋକ୍ଷ ଭାବେ ନିଜ ଦଳର ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇ କ୍ଷମତା ଦଖଲ କରିବାକୁ ବିଜେଡି ପକ୍ଷରୁ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି। ଶୁଭଲକ୍ଷ୍ମୀ ପ୍ରଥମଥର ପାଇଁ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ ହେଁ ଶୁଭଲକ୍ଷ୍ମୀ ମାଝୀଙ୍କ ପରିବାରର ବନ୍ଦୁ ହେଉଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ।


ବନ୍ଧୁତ୍ବକୁ ସମ୍ମାନ ଦେଇ ରାଜସ୍ବ ମନ୍ତ୍ରୀ ପ୍ରଥମେ ପୂର୍ବାହ୍ନରେ ଶୁଭଲକ୍ଷ୍ମୀଙ୍କ ବାସଭବନରେ ଚାହାପୀଇ ଉକ୍ତ ପଂଚାୟତରେ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ଆୟୋଜନ କରାଯାଇଥିଲା। ଏହି ଯୋଜନାରେ ରେ ଆସନ୍ତା ୨୨ତାରିଖରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ଏଥିପାଇଁ ମନ୍ରୀ ଦଳ ସମର୍ଥିତ ପ୍ରାର୍ଥୀମାନଙ୍କୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ୍ ଦେଇ ଜୟଲାଭ କରାଇଲେ ପଞ୍ଚାୟତ ସ୍ତରରେ ଅଂଞ୍ଚଳରେ ବାକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିବ ବୋଲି ଭୋଟରମାନଙ୍କୁ ନିବେଦନ କରିଛନ୍ତି। ସୂଚନାଥାଉକି ଶୁଭଲକ୍ଷ୍ମୀ ଭାରତୀୟ ରିଜର୍ଭ ବ୍ୟାଙ୍କର ଅବସରପ୍ରାପ୍ତ ମହାପ୍ରବନ୍ଧକ ମଦନ ମୋହନ ମାଝୀଙ୍କ ଧର୍ମପତ୍ନୀ । ସେ ଜଣେ ଉଚ୍ଚଶୀକ୍ଷିତା ହୋଇଥିଲେ ହେଁ ସୁଚାରୁ ରୂପେ ଗୃହିଣୀ ଧର୍ମ ପାଳନ କରି ସ୍ୱାମୀଙ୍କ ଅବସରପରେ ଜନସେବାକୁ ନିଜର ବ୍ରତ ଭାବି ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ଭଉଁରିଆବାଡ଼ ପଞ୍ଚାୟତରେ ସମିତି ସଭ୍ୟ ଭାବେ ମୈଦାନକୁ ଓହ୍ଲାଇଛନ୍ତି । ଆଜିରଏହି କାର୍ଯ୍ୟକ୍ରମରେ ବିଜେଡି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ, ରବିନ୍ଦ୍ର ନାୟକ, ରତିକାନ୍ତ ମଲ୍ଲିକ, ଗିରିଶ ଚନ୍ଦ୍ର ମାହାନ୍ତି, ଜଳଧର ନାୟକ, ନାରାୟଣ ବେହେରା, ନିରଞ୍ଜନ ବେହେରା, ଗୋପାଳ ଚନ୍ଦ୍ର ମାଝୀ ପ୍ରମୁଖ ନେତୃତ୍ୱ ନେଇଥିଲେ।
