ଆଜି ପ୍ରକାଶ ପାଇପାରେ ଯୁକ୍ତ୨ ଅଫଲାଇନ ପରୀକ୍ଷା ଫଳ
ଭୁବନେଶ୍ୱର : ଆଜି ପ୍ରକାଶ ପାଇପାରେ ଯୁକ୍ତ୨ ଅଫଲାଇନ ପରୀକ୍ଷା ଫଳ। ଯେଉଁ ଛାତ୍ରଛାତ୍ରୀମାନେ ଯୁକ୍ତ ଦୁଇର ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିଲେ, ସେହି ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ଅଫଲାଇନ ପରୀକ୍ଷା କରାଯାଇଥିଲା। ଏହା www. orissaresults.nic.in ୱେବସାଇଟରେ ଫଳ ଉପଲବ୍ଧ ହେବ।
ଗତ ଅକ୍ଟୋବର ୧ରୁ ୧୧ ତାରିଖ ପର୍ଯ୍ୟନ୍ତ ହୋଇଥିଲା ଯୁକ୍ତ୨ ଅଫଲାଇନ୍ ପରୀକ୍ଷା। ରାଜ୍ୟର ପ୍ରାୟ ୧୩ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଯୁକ୍ତ୨ କଳାରେ ମୋଟ୍ ୨, ୨୦,୦୮୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏମାନଙ୍କ ଭିତରୁ ୧, ୮୯,୩୬୩ଜଣ ରେଗୁଲାର୍, ୨୬,୧୮୯ ଜଣ ଓ କରୋସ୍ପଣ୍ଡେନ୍ସ କୋର୍ସରେ ୪, ୫୨୯ଜଣ ପରୀକ୍ଷାର୍ଥୀ ଥିଲେ। ସେହିପରି ଯୁକ୍ତ ଦୁଇ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ପାସ୍ ହାର ୯୯.୧୬ ପ୍ରତିଶତ ରହିଛି। ପରୀକ୍ଷାର୍ଥୀ ଯଦି ମାର୍କରେ ଅସନ୍ତୁଷ୍ଟ ଥାନ୍ତି, ତେବେ ଅଫଲାଇନରେ ପରୀକ୍ଷା ଦେଇପାରିବେ ବୋଲି କୁହାଯାଇଥିଲା। ସୂଚନା ଯେ, ଚଳିତବର୍ଷ ଯୁକ୍ତ ୨ କଳାର ରେଗୁଲାରରେ ୯୮.୫୮ % ରେଗୁଲାର୍ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ମାତ୍ର ୯୫ ଜଣ ୯୦% ଉପରେ ଅଛନ୍ତି। କଳାରେ ୧ ଲକ୍ଷ ୮୬ ହଜାର ୬୮୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ୩୦ ହଜାର ୬୮୫ ଜଣ ପରୀକ୍ଷାର୍ଥୀ । ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ୪୬ ହାଜର ୫୬୩ ଏବଂ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ୧ ଲକ୍ଷ ୧୯ ହଜାର ୫୦୫ ଜଣ ପରୀକ୍ଷାର୍ଥୀ । ଏହାଛଡ଼ା କମ୍ପାର୍ଟମେଣ୍ଟାଲରେ ୨୦୬ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥର ଛାତ୍ରୀମାନେ ଛାତ୍ରମାନଙ୍କୁ ପଛରେ ପକାଇଛନ୍ତି।
