୪୯ ନଂ ୱାର୍ଡ ବିଜେଡି ସଭାପତିଙ୍କ ଇସ୍ତଫା
କଟକ : କଟକ ମହାନଗର ନିଗମ ୪୯ ନମ୍ବର ୱାର୍ଡର ବିଜେଡି ସଭାପତି ତଥା ପୂର୍ବତନ କର୍ପୋରେଟର ନବକିଶୋର ସ୍ୱାଇଁ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟଙ୍କ ନିକଟକୁ ପଠାଇଛନ୍ତି । ପାରିବାରିକ ସମସ୍ୟା ଯୋଗୁଁ ସେ ସାଂଗଠନିକ କାର୍ଯ୍ୟ ପାଇଁ ସମୟ ଦେଇପାରିବେ ନାହିଁ ବୋଲି ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି । ଶ୍ରୀ ସ୍ୱାଇଁ ଜଣେ ସୁସଂଗଠକ ଓ ଲୋକପ୍ରିୟ ନେତା ହୋଇଥିବାରୁ ତାଙ୍କର ଇସ୍ତଫା ନେଇ ତାଙ୍କ ସମର୍ଥକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଶ୍ରୀ ସ୍ୱାଇଁ ମଧ୍ୟ ଅର୍ବାନ ବ୍ୟାଙ୍କ ନିର୍ଦ୍ଦେଶକ ରହିଛନ୍ତି ।
