ଗବେଷକ ସଦାଶିବ ତ୍ରିପାଠୀ ସମ୍ବର୍ଦ୍ଧିତ
ବୋରିଗୁମ୍ମ : ବୋରିଗୁମ୍ମା ଭୈରବ ଡିଗ୍ରୀ ମହାବିଦ୍ୟାଳୟ ର ଅର୍ଥନୀତି ଅଧ୍ୟାପକ ତଥା ଜୟପୁରସହର ର ଗବେଷକ ଡଃ ସଦାସିବ ତ୍ରିପାଠୀ ନିଜ ଗବେଷଣା ମୂଳକ ନିବନ୍ଧ ଡାଇଭର୍ସିଫିକେସନ ଅଫ ଏଗ୍ରିକଲଚର ଇନ ସାଉଦେର୍ଣ୍ଣ ରିଜନ ଅଫ ଓଡି଼ଶା ନିମନ୍ତେ ଓଡି଼ଶାର ମାନ୍ୟବର ରାଜ୍ୟପାଳ ଫ୍ରଫେସର ଗଣେଶୀ ଲାଲଙ୍କ ଠାରୁ ସମ୍ବର୍ଦ୍ଧିତ ହେଇଅଛନ୍ତି । ବ୍ରହ୍ମପୁର ବିଶ୍ବବିଦ୍ଯାଳୟର ସମାବର୍ତ୍ତନ ଉତ୍ସବରେ ଡଃ ତ୍ରିପାଠୀଙ୍କୁ ଏହି ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ପ୍ରାକ୍ତନ ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ କୈଳାସ ଚନ୍ଦ୍ର ତ୍ରିପାଠୀ ତଥା ଶ୍ରୀମନ୍ତିନି ତ୍ରିପାଠୀଙ୍କ ତୃତୀୟ ସନ୍ତାନ ଶ୍ରୀମାନ୍ ତ୍ରିପାଠୀ ସନ୍ତୋଷୀ ମାଆ ନଗର ଦ୍ୱିତୀୟ ଗଳିର ର ବାସିନ୍ଦା । ନିଜର ଗବେଷଣା ମାଧ୍ୟମରେ ଆଦିବାସୀ ଅର୍ଥନୀତିର ଉନ୍ନତି ତଥା ଓଡି଼ଶାର ବିକାଶର ସ୍ୱପ୍ନ ଦେଖୁଥିବା ସଦାଶିବ ବର୍ତ୍ତମାନ ଭେରବ ଡିଗ୍ରୀ ମହାବିଦ୍ୟାଳୟ ବୋରିଗୁମ୍ମାରେ ଅର୍ଥନୀତି ବିଭାଗୀୟ ମୁଖ୍ୟ ଋପେ କାର୍ଯ୍ୟକନ୍ତି । ତାଙ୍କ ତତ୍ତ୍ୱାବଧାନରେ ଦଶ ହଜାର ରୁ ଉର୍ଦ୍ଧ୍ୱ ବିଦ୍ୟାର୍ଥିଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇସାରିଥିବା ସ୍ଥଳେ ଆଗକୁ କୋରାପୁଟ ଜିଲ୍ଲାରେ ପ୍ରଶାସନିକ ସେବା ପରୀକ୍ଷା ନିମିତ୍ତ ଉପଯୁକ୍ତ ଭିତ୍ତିଭୂମି ଗଠନ ଦିଗରେ ସେ ବର୍ତ୍ତମାନ ନିମଜ୍ଜତ।ରାଜ୍ୟପାଳ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ ପରେ ବିଭିନ୍ନ ମହଲ ରୁ ଡ଼.ତ୍ରିପାଠୀ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛନ୍ତି।
