ହାବିଲଦାର ସୁନୀଲ ବାଗ ଙ୍କୁ ଡିସ୍କ ଆୱାର୍ଡ
ବୋରିଗୁମ୍ମା : ନିଷ୍ଠା ର ସହ କର୍ତ୍ତବ୍ୟ ପାଳନ ଏବଂ ଉତ୍ତମ ସେବା ପାଇଁ କୋରାପୁଟ ଜିଲ୍ଲା ହେଡକ୍ବାର୍ଟର ରେ କାର୍ଯ୍ୟରତ ହାବିଲଦାର ସୁନିଲ କୁମାର ବାଗ ଙ୍କୁ ୮୮ ତମ ପୋଲିସ ପ୍ରତିଷ୍ଠା ଦିବସରେ ଡ଼ିଜିପି ସୁନିଲ କୁମାର ବଂଶଲ ଡିସ୍କ ଆୱାର୍ଡ ପ୍ରଦାନ କରିଛନ୍ତି।ଜୟପୁର ଖ୍ରୀଷ୍ଟିଆନ ସାହି ରେ ଜନ୍ମିତ ସୁନୀଲ କୁମାର ବାଗ ୨୦୦୮ ମସିହାରେ ଓଡିଶା ପୋଲିସ ରେ ଭର୍ତ୍ତି ହୋଇଥିଲେ।୨୦୧୨ ମସିହାରେ ସୁନୀଲ କମାଣ୍ଡୋ ଟ୍ରେନିଂ ନେଇ ବର୍ତ୍ତମାନ କୋରାପୁଟ ସ୍ଥିତ ପୋଲିସ ହେଡକ୍ବାର୍ଟର ରେ କାର୍ଯ୍ୟରତ।ଡିଜିପ ସୁନୀଲ ଙ୍କୁ ଡିସ୍କ ଆୱାର୍ଡ଼ ପ୍ରଦାନ ପରେ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟୁଛି।
