ଗବେଷଣାତ୍ମକ ଜର୍ଣାଲ ଥାର୍ଡ ଭଏସ ଉନ୍ମୋଚିତ
କଟକ : ସେଣ୍ଟର ଫର ଥାର୍ଡ ଭଏସ ଷ୍ଟଡିଜ ଗବେଷଣା ଅନଷ୍ଠାନ ପକ୍ଷରୁ ପ୍ରକାଶିତ ଜର୍ଣାଲ ଥାର୍ଡ ଭଏସ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ଶିକ୍ଷା ବିଭାଗର ସେମିନାର ହଲରେ ଉନୋ୍ମଚିତ ହେଇଯାଇଛି । ଏହି ଉନ୍ମୋଚନ ସମାରୋହରେ ଶିକ୍ଷା ବିଭାଗର ମୁଖ୍ୟ ପ୍ରଫେସର ସୁଦର୍ଶନ ମିଶ୍ର ଓ ସମାଜ ବିଜ୍ଞାନର ମୁଖ୍ୟ ପ୍ରଫେସର ବିକ୍ରମ କେଶରୀ ମିଶ୍ର ଓ ବିଶ୍ୱ ବିଦ୍ୟାଳୟର ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା, ଗବେଷକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ସ୍ନାତ୍ତୋକୋତ୍ତର ପରିଷଦର ଅଧ୍ୟକ୍ଷା ପ୍ରଫେସର ଅସୀମା ସାହୁଙ୍କ କରକମଳରେ ଏହି ଜର୍ଣାଲ ଉନ୍ମୋଚିତ ହେଇଥିଲା । ସର୍ବଶେଷରେ ସମ୍ପାଦକ ଡକ୍ଟର ବିଭୁ୍୍ଦତ୍ତ ଖଣ୍ଡାୟତ ରାୟ ଧନ୍ୟବାଦ ଦେଇଥିଲେ ।
