୧୨ ଫୁଟ ଲମ୍ବର ବିରାଟକାୟ ଅଜଗର ଉଦ୍ଧାର
କେନ୍ଦୁଝର : କେନ୍ଦୁଝର ଜିଲା ବଡ଼ବିଲ ରେଞ୍ଜ୍ ଅନ୍ତର୍ଗତ ଯୋଡ଼ା କୁନ୍ଦୁରନାଲା ଅଞ୍ଚଳରୁ ୧୨ ଫୁଟ ଲମ୍ବର ବିରାଟକାୟ ଅଜଗର ଉଦ୍ଧାର । ବନ କର୍ମଚାରୀ ଏହାକୁ ଧରି ଜଙ୍ଗଲରେ ଛାଡି ଦେଇଛନ୍ତି ।
ସୂଚନା ଯେ, ସୁନା ନଦୀ କୂଳରେ ଥିବା ରାଜୁ କାରୁଆଙ୍କ ପରିବା ବାଡ଼ିକୁ ରବିବାର ରାତିରେ ଏହି ଅଜଗରଟି ପଶି ଆସିଥିବା କରାଯାଉଛି । ତେବେ ପରିବା ବାଡ଼ିରେ ଲଗାଯାଇଥିବା ଥିବା ଏକ ପ୍ଲାଷ୍ଟିକ ଜାଲରେ ଛନ୍ଦି ହୋଇ ବାହାରି ନପାରିବାରୁ ଅଜଗରଟି ସେଠାରେ ରହିଯାଇଥିଲା ।ସୋମବାର ସକାଳେ ସ୍ଥାନୀୟ ଲୋକେ ଦେଖିବା ପରେ ଏନେଇ ବନ ବିଭାଗକୁ ଖବର ଦେଇଥିଲେ । ସୂଚନା ପାଇ ଗୁଆଲି ସେକ୍ସନର ବନ କର୍ମଚାରୀ ସେଠାରେ ପହଁଚି ଅଜଗରକୁ ଉଦ୍ଧାର କରି ନିକଟସ୍ଥ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରେ ଛାଡ଼ିଦେଇଛନ୍ତି ।
