ରେଭେନ୍ସା ଆଲୁୁମିନି କାର୍ଯ୍ୟକାରିଣୀ ବୈଠକ
କଟକ : ଆଜି ରେଭେନ୍ସା ଶିକ୍ଷା ବିଭାଗ ଆଲୁମିନି ଆସୋସିଏସନ(ରୁଏଡା) କାର୍ଯ୍ୟକାରିଣୀ କମିଟିର ବୈଠକ ରେଭେନ୍ସା ଶିକ୍ଷା ବିଭାଗରେ ଆସୋସିଏସନ୍ର ସଭାପତି ଡ. ଯୁଧିଷ୍ଠିର ଖଟୁଆଙ୍କ ପୈାରୋହିତ୍ୟରେ ରେଭେନ୍ସା ସ୍କୁଲ ଅଫ ଏଜୁକେସନ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଶିକ୍ଷା ବିଭାଗର ସମ୍ମାନ ବର୍ଷର ପ୍ରଥମ ଛାତ୍ର ପ୍ରୟାତ ଡ. ଅବଦୁଲ ହକିମ ଖାନ ଓ ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ କୁସୁମ କୁମାରୀ ଖଟୁଆଙ୍କ ସ୍ମରଣରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ରୁଏଡାର କାର୍ଯ୍ୟକାରିଣୀ କମିଟିର ଉପ-ସଭାପତି ଡ.ସଞ୍ଜୟ କେତନ ସ୍ୱାଇଁ, ଡ. ବି.ସି. ଦାସ, କୋଷାଧ୍ୟକ୍ଷ ସିଦ୍ଧାର୍ଥ ରଥ, ସସ୍ମିତା ସାହୁ ବୈଠକରେ ନିଜର ବକ୍ତବ୍ୟ ରଖିଥିବା ସମୟରେ ରୁଏଡାର ସମ୍ପାଦକ ପ୍ରଫେସର ସୁଦର୍ଶନ ମିଶ୍ର, ନିହାର ରଞ୍ଜନ ସ୍ୱାଇଁ, ଡ. ରବିନାରାୟଣ ସାହୁ, ଡ. କୃଷ୍ଣଚନ୍ଦ୍ର ନାୟକ, ଡ. ପ୍ରମୋଦ ପୃଷ୍ଟି, ଡ. ପ୍ରଦିପ୍ତ ମିଶ୍ର ନିଜର ମତାମତ ପ୍ରେରଣ କରିଥିଲେ । ବୈଠକରେ ଆଗାମୀ ଦିନର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯିବା ସହ ରୁଏଡାର ଆଗାମୀ ବାର୍ଷିକ ଉତ୍ସବ ଓ ରେଭେନ୍ସା ଶିକ୍ଷା ବିଭାଗର ୮୦ ବର୍ଷ ପୂର୍ତ୍ତି ଉପଲକ୍ଷେ କାର୍ଯ୍ୟକ୍ରମ ପ୍ରଭୃତି ବିଷୟରେ ଆଲୋଚନା କରାଯାଇଥିଲା । ଆଗାମୀ ଫେବୃୟାରୀ ୨୬ ତାରିଖରେ ରୁଏଡା କାର୍ଯ୍ୟକାରିଣୀ କମିଟିର ପୂର୍ଣ୍ଣାଙ୍ଗ ବୈଠକ କରାଯାଇ ଆସନ୍ତା କାର୍ଯ୍ୟକ୍ରମ ସ୍ଥିର କରାଯିବ ବୋଲି ନିଷ୍ପତି ନିଆଯାଇଥିଲା ।
