ମା ପଞ୍ଚୁବାରାହୀ
ମା ପଞ୍ଚୁବାରାହୀ। ସlତଭାୟା, ଭିତରକନିକା । ବାଗପଟିଆ, କେନ୍ଦ୍ରାପଡ଼ା । ଏହି ମନ୍ଦିର ୪୦୦ ବର୍ଷ ପୁରୁଣା । କନିକା ରାଜା ମାନେ ଏହାକୁ ନିର୍ମାଣ କରାଇଥିଲେ । ନୌବାଣିଜ୍ୟ ଓ ପୋତାଶ୍ରୟ ନିମନ୍ତେ ମା ପଞ୍ଚୁବାରାହୀ ଆରାଧ୍ୟା ଦେବୀ ରୂପରେ ପୂଜିତା ହେଉଥିଲେ।
ମନ୍ଦିର ରେ ମୋଟ ପାଞ୍ଚଟି ମା’ ବାରାହୀ ଙ୍କର ବିଗ୍ରହ ଅଛି । ଏହି ବାରାହୀ ଦେବୀମାନେ କୈବର୍ତ୍ତ ସମ୍ପ୍ରଦାୟର ମା ମାନଙ୍କ ଦ୍ୱାରା ପୂଜିତା ।ବାରମ୍ବାର ସାମୁଦ୍ରିକ ଝଡ଼ ର ସମ୍ମୁଖୀନ ହୋଇ ଏହି ସତଭାୟା ଅଂଚଳର ସାତଟି ଗାଁ ସମୁଦ୍ର ଗର୍ଭରେ ଲୀନ ହୋଇଗଲା । ମା ପଞ୍ଚୁବାରାହୀ ଙ୍କର ପୁରୁଣା ମନ୍ଦିର ମଧ୍ୟ ସମୁଦ୍ରଜୁଆର ଦ୍ୱାରା ଧ୍ବଂସପ୍ରାୟ । ତେଣୁ ସର୍ବ ସମ୍ମତିକ୍ରମେ ଏହି ପାଞ୍ଚ ବାରାହୀ ଦେବୀ ମାନଙ୍କୁ ବାଗପଟିଆ ଠାରେ ଏକ ନବନିର୍ମିତ ମନ୍ଦିର କୁ ସ୍ଥାନାନ୍ତର କରାଯାଇଛି । ଦେବୀ ମା ମାନଙ୍କର ପୂଜା ପୂର୍ବପରି କୈବର୍ତ୍ତ ସମ୍ପ୍ରଦାୟର ମା ମାନେ କରୁଛନ୍ତି ।
ଜୟ ମା ସlତଭାୟା ପଞ୍ଚୁ ବାରାହୀ ଠାକୁରାଣୀ ।
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ।
ଓଁ ନମୋ ଭଗବତେ ବାସୁଦେବାୟ ।


