ବିଘ୍ନହର୍ତ୍ତା ପ୍ରଭୁ ଗଣେଶଙ୍କର ମହତ୍ୱପୂର୍ଣ୍ଣ କଥା !
ଆଜି ପବିତ୍ର ଗଣେଶ ଚତୁର୍ଥୀ । ହିନ୍ଦୁଶାସ୍ତ୍ରରେ ଗଣେଶଙ୍କୁ ସବୁ ଦେବାଦେବୀ ଙ୍କ ମଧ୍ୟରେ ଅଗ୍ରପୂଜ୍ୟ କୁହାଯାଏ । ଗଣେଶ ଙ୍କ ପୂଜା ପରେ ସମସ୍ତ ଦେବାଦେବୀ ଙ୍କ ପାର୍ବଣ ଆରମ୍ଭ ହେଇଯାଇଥIଏ । ଗଣେଶ ଙ୍କୁ ମଧ୍ୟ ବିଘ୍ନ ନାଶକ କୁହାଯାଇଥାଏ । ବିଶ୍ୱାସ ରହିଛି କି ଯେ କୌଣସି ବିଘ୍ନ ଆସିଲେ ପ୍ରଭୁ ଗଣେଶ ଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ବିଘ୍ନ ନାଶ ହେଇଥାଏ । ମଙ୍ଗଳକାରୀ ଓ ବିଘ୍ନହର୍ତ୍ତା ପ୍ରଭୁ ଗଣେଶଙ୍କର ଜାଣନ୍ତୁ ମହତ୍ୱପୂର୍ଣ୍ଣ କଥା । ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ। ବନ୍ଧୁଗଣ ଭାଦ୍ରବ ମାସର ଶୁକ୍ଳ ପକ୍ଷ ଚର୍ତୁଥୀ ତିଥିକୁ ଗଣେଶ ଚର୍ତୁଥୀ ଭାବରେ ପୂଜା କରାଯାଇଥାଏ। ଚଳିତ ମାସ ଗଣେଶ ପୂଜା ଅଗଷ୍ଟ ୨୨ତାରିଖରେ ପାଳନ ହଉଛି ଯେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପ୍ରଭୁ ଗଣେଶଙ୍କର ପୂଜା କରାଯାଇଥାଏ ।
ଘରେ ଏବଂ ବ୍ୟବସାୟ ସ୍ଥଳେ ଗଣେଶଙ୍କୁ ପୂଜା କରାଯାଏ। ଭଗବାନ ଗଣେଶଙ୍କୁ ମଙ୍ଗଳକାରୀ ଓ ବିଘ୍ନହର୍ତ୍ତା କୁହାଯାଇଥାଏ। କାରଣ ତାଙ୍କର ସମସ୍ତ ଅଙ୍ଗ ଜୀବନରେ ଏକ ନୂତନ ସଠିକ ରାସ୍ତା ଦେଖାଇଥାଏ। ଭଗବାନ ଗଣେଶଙ୍କର ଶୁଣ୍ଢ ସର୍ବଦା ଝୁଲିବା ପରି ରହିଥାଏ । ଏହା ଦ୍ୱାରା ସେ ସର୍ବଦା ସକ୍ରିୟ ରହି ବାର୍ତା ଦେଇଥାନ୍ତି ।
ବାର୍ତା ଜୀବନରେ ସର୍ବଦା ସକ୍ରିୟ ରହିବା ଉଚିତ। ସୁଖ ହଉ କି ଦୁଖଃ ସବୁ ସମୟରେ କାର୍ଯ୍ୟ କରିବା ପାଇଁ ନିଜକୁ ପ୍ରସ୍ତୁତ ରଖିବା ଉଚିତ। ଭଗବାନ ଗଣେଶକଙ୍କର ଛୋଟ ଆଖି ଅଟେ ବୈଜ୍ଞାନିକ ମାନଙ୍କ ଅନୁଯାଇ ଯେଉଁ ବ୍ୟକ୍ତିର ଆଖି ଛୋଟ ହୋଇଥାଏ ସେମାନେ ଚିନ୍ତନଶୀଳ ଓ ଗମ୍ଭୀର ସ୍ୱଭାବର ହୋଇଥାନ୍ତି ।
ବାର୍ତା ସମସ୍ତ କାର୍ଯ୍ୟକୁ ଗମ୍ଭୀର ସହିତ ବୁଝନ୍ତୁ ଏହିପରି କରିବା ଦ୍ୱାରା ଆପଣ ନେଇଥିବା ନିଷ୍ପତି ଠିକ ବୋଲି ବିଚାର କରାଯିବ। ଭଗବାନ ଗଣେଶକଙ୍କ କାନ ଲମ୍ବା ହୋଇଥାଏ। ବଡ଼ କାନ ଥିବା ବ୍ୟକ୍ତି ଭାଗ୍ୟଶାଳୀ ଓ ଦୀର୍ଘାଇ ହୋଇଥାଏ । ବଡ଼ କାନ ଥିବା ବ୍ୟକ୍ତିମାନେ ସମସ୍ତ କଥାକୁ ଧ୍ୟାନର ସହ ଶୁଣି ଥାଆନ୍ତି।
କିନ୍ତୁ ଯେ କୌଣସି କାର୍ଯ୍ୟର ନିର୍ଣ୍ଣୟ ନେବା ବେଳେ ନିଜର ବୃଦ୍ଧି ଓ ବିବେକ ବ୍ୟବହାର କରିଥାନ୍ତି।ଭଗବାନ ଗଣେଶଙ୍କର ମସ୍ତକ ଅତ୍ୟନ୍ତ ବଡ଼ ହୋଇଥାଏ ବୈଜ୍ଞାନିକଙ୍କ ଅନୁଯାଇ ବଡ଼ ମସ୍ତକ ଥିବା ବ୍ୟକ୍ତିଙ୍କର ପ୍ରଖର ବୃଦ୍ଧି ଓ ସଭାପତି ହେବାର କ୍ଷମତା ରହିଥାଏ। ବାର୍ତା ନିଜର ଚିନ୍ତାଧାରା ସର୍ବଦା ଉଚ୍ଚ ରଖିବା ଉଚିତ।
ଭଗବାନ ଗଣେଶଙ୍କର ପେଟ ଅଧିକ ବଡ଼ ହୋଇଥାଏ ସେ ସବୁ ଭଲ ଖରାପ ଦ୍ରବ୍ୟକୁ ଗ୍ରହଣ କରିଥାନ୍ତି ଯେ କୌଣସି ନିର୍ଣ୍ଣୟ ନେବାବେଳେ ବୁଝିସୁଝି ନେଇଥାନ୍ତି। ବାର୍ତା ବଡ଼ ପେଟ ସୁଖର ପ୍ରତୀକ ଅଟେ । ଏକଦନ୍ତ ଭଗବାନ ଗଣେଶ ଓ ପର୍ଶୁରାମଙ୍କ ମଧ୍ୟରେ ଯୁଧ୍ୟ ହୋଇଥିଲା ସେହି ଯୁଧ୍ୟରେ ଭଗବାନ ଗଣେଶଙ୍କର ଗୋଟିଏ ଦାନ୍ତ ଭାଙ୍ଗିଗଲା ତେଣୁ ତାଙ୍କୁ ଏକ ଦନ୍ତୀ ମଧ୍ୟ କୁହାଯାଇଥାଏ।
ସେହି ଭଙ୍ଗା ଦାନ୍ତକୁ ଲେଖଣି ରୂପେ ବ୍ୟବହାର କରି ସେ ମହାଭାରତ ଗ୍ରନ୍ଥ ଲେଖିଥିଲେ। ବାର୍ତା ଭାଙ୍ଗିଯାଇଥିବା ଦାନ୍ତରୁ ମିଳେ ଯେ ଆମକୁ ପ୍ରତେକ ଜିନିଷକୁ ସଦୁପଯୋଗ କରିବା ଉଚିତ। ତ ବନ୍ଧୁଗଣ ଜାଣିଲେ ତ ମଙ୍ଗଳକାରୀ ଓ ବିଘ୍ନହର୍ତ୍ତା ପ୍ରଭୁ ଗଣେଶଙ୍କର ମହତ୍ତ୍ୱପୂର୍ଣ୍ଣ କଥା। ବନ୍ଧୁଗଣ ଆଶା କରୁଛି ଆମର ଏହି ଖବର ଆପଣମାନଙ୍କୁ ଭଲ ଲାଗିଥିବ ଯଦି ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରନ୍ତୁ ଧନ୍ୟବାଦ।
