ରିଲାଏନ୍ସ ଜିଓର ଦୁଇଟି ନୂଆ ମୋବାଇଲ୍ ଯୋଜନା : ୩ ଜିବି ଡାଟା, ଫ୍ରି କଲ୍ ସହିତ ନେଟଫ୍ଲିକ୍ସ ମାଗଣା
ବର୍ତ୍ତମାନର ଅଗ୍ରଣୀ ଟେଲିକମ ସେବା ପ୍ରଦାନକାରୀ କମ୍ପାନି ରିଲାଏନ୍ସ ଜିଓ ଏହାର ପ୍ରିପେଡ୍ ପୋର୍ଟଫୋଲିଓରେ ଦୁଇଟି ନୂଆ ମୋବାଇଲ୍ ଯୋଜନା ଆରମ୍ଭ କରିଛି । ଏଥିରେ କମ୍ପାନି ପକ୍ଷରୁ ନେଟଫ୍ଲିକ୍ସ ସବସ୍କ୍ରିପସନର ସୁବିଧା ଗ୍ରାହକଙ୍କ ପାଇଁ ଦିଆଯାଇଛି । କହିବାକୁ ଗଲେ ଜିଓ ପକ୍ଷରୁ ଗ୍ରାହକଙ୍କୁ ଦମଦାର ମନରଞ୍ଜନ କରିବାର ସୁଯୋଗ ଦିଆଯାଇଛି । ଜିଓର ଏହି ପ୍ରିପେଡ୍ ମୋବାଇଲ୍ ନେଟଫ୍ଲିକ୍ସ୍ ସହିତ ଭାଗିଦାରୀ ହେବା ପ୍ରଥମ ବୋଲି କୁହାଯାଉଛି ।
ରିଲାଏନ୍ସ ଜିଓ ନିଜର ପ୍ରିପେଡ୍ ଯୋଜନା ମଧ୍ୟରେ ୨ଟି ନୂଆ ରିଚାର୍ଜ ପ୍ଲାନ ଗ୍ରାହକଙ୍କ ପାଇଁ ଆରମ୍ଭ କରିଛି । ଏହି ଅବସରରେ ଜିଓର ସିଇଓ କିରଣ ଥୋମାସ ସୂଚନା ଦେଇଛନ୍ତି ଯେ, ଜିଓ ପକ୍ଷରୁ ନିଜର ଉପଭୋକ୍ତାଙ୍କୁ ବିଶ୍ୱ ସ୍ତରୀୟ ସେବା ଯୋଗାଇବାକୁ କମ୍ପାନି ଚାହୁଁଛି । ଏହି ଦିଗରେ ବିଚାର କରିବା ପରେ ମୋବାଇଲ୍ ପ୍ରିପେଡ୍ ପାଇଁ ନେଟଫ୍ଲିକ୍ସ ସହିତ ଅଂଶୀଦାର କରାଯାଇଛି । ଏହି କାମ ପାଇଁ ଜିଓ କମ୍ପାନି ଆଉ ଗୋଟିଏ ପାଦ ଆଗକୁ ବଢିଛି । ତେବେ ଆମେ ଆପଣଙ୍କୁ କହିରଖୁଛୁ ଯେ, ଜିଓ ପୋଷ୍ଟପେଡ୍ ଏବଂ ଜିଓ ଫାଇବର ଯୋଜନା ରେ ମଧ୍ୟ କମ୍ପାନି ନେଟଫ୍ଲିକ୍ସ ସବସ୍କ୍ରିପସନ୍ ସୁବିଧା ଗ୍ରାହକଙ୍କୁ ପ୍ରଦାନ କରୁଛି । କିନ୍ତୁ କୌଣସି ମୋବାଇଲ୍ ପ୍ରିପେଡ୍ ପ୍ଲାନ କଥା କହିବାକୁ ଗଲେ କମ୍ପାନି ପ୍ରଥମ ଥର ପାଇଁ ଏହି ନେଟଫ୍ଲିକ୍ସ ସବସ୍କ୍ରିପସନ୍ ସୁବିଧା ଗ୍ରାହକଙ୍କୁ ପ୍ରଦାନ କରୁଛି । ଏଥିସହ ମିଳିଥିବା ସୂଚନା ଅନୁସାରେ ଜିଓ କମ୍ପାନିର ୪୦ କୋଟି ଗ୍ରାହକ ବର୍ତ୍ତମାନ ଜିଓ ପ୍ରିପେଡ୍ ବଣ୍ଡଲ୍ ପ୍ଲାନ ସହିତ ନେଟଫ୍ଲିକ୍ସର ମଜା ନେବାର ବିକଳ୍ପ ପାଇବେ । ତେବେ ଏହା ମଧ୍ୟ ଆପଣଙ୍କର ଜାଣିବା ଉଚିତ ଯେ, ନେଟଫ୍ଲିକ୍ସ ସବସ୍କ୍ରିପସନ୍ ସହିତ କମ୍ପାନି କେଉଁ ପ୍ରକାରର ନୂଆ ପ୍ଲାନ ଘୋଷଣା କରିଛି ।
ରିଚାର୍ଜ ପ୍ଲାନ ୧୦୯୯ :
ମାତ୍ର ୧୦୯୯ ଟଙ୍କା ପ୍ଲାନରେ ଗ୍ରାହକଙ୍କୁ ୮୪ ଦିନର ବୈଧତା ମିଳିବ । ଏହି ରିଚାର୍ଜ ପ୍ଲାନରେ ଗ୍ରାହକଙ୍କୁ ନେଟଫ୍ଲିକ୍ସ ସବସ୍କ୍ରିପସନ ସୁବିଧା ଦିଆଯାଉଛି । ଏଥିସହ ଏହି ରିଚାର୍ଜ ପ୍ଲାନରେ କମ୍ପାନି ପକ୍ଷରୁ ପ୍ରତ୍ୟକ ଦିନ ଗ୍ରାହକଙ୍କୁ ୨ଜିବି ଡାଟା ମିଳିବ । କେବଳ ସେତିକି ନୁହେଁ ୮୪ ଦିନ ପର୍ଯ୍ୟନ୍ତ ଫ୍ରି ଭଏସ କଲିଂର ସୁବିଧା ମଧ୍ୟ ଗ୍ରାହକଙ୍କ ପାଇଁ ଉପଲବ୍ଧ । ଏହି ପ୍ଲାନରେ ଗ୍ରାହକଙ୍କୁ ଅସୀମିତ ୫ଜି ଡାଟା ମିଳିବ । ଯଦି ଅଲଗା ଭାବରେ ଆପଣ ନେଟଫ୍ଲିକ୍ସ ସବସ୍କ୍ରିପସନ ସୁବିଧା ନିଅନ୍ତି ତେବେ ଏହାର ଦର ମାସ ପ୍ରତି ୧୪୯ଟଙ୍କା ହୋଇଥାଏ ।
ରିଚାର୍ଜ ପ୍ଲାନ ୧,୪୯୯ :
ରିଲାଏନ୍ସ ଜିଓର ଅନ୍ୟ ଏକ ରିଚାର୍ଜ ପ୍ଲାନ ରହିଛି ୧୪୯୯ ଟଙ୍କା । ଏହି ରିଚାର୍ଜ ପ୍ଲାନରେ ଆପଣ ନେଟଫ୍ଲିକ୍ସର ଉଭୟ ମୌଳିକ ବୈଶିଷ୍ଟ୍ୟ ଯୋଜନା ପାଇବେ । ଏହି ରିଚାର୍ଜ ପ୍ଲାନରେ ଗ୍ରାହକ ନିଜର ମୋବାଇଲ୍ କିମ୍ବା ଟିଭି ଡିଭାଇସ୍ ମଧ୍ୟରୁ ନେଟଫ୍ଲିକ୍ସର ମଜା ନେଇପାରିବେ । ଏହି ପ୍ଲାନ ଓ ଉପରୋକ୍ତ ପ୍ଲାନ ମଧ୍ୟରେ ପାର୍ଥକ୍ୟ ଏହା ଯେ, ଏହି ପ୍ଲାନରେ ଆପଣଙ୍କୁ ଦିନକୁ ୩ଜିବି ଡାଟା ମିଳିବ । ଯଦି ଆପଣ ନେଟଫ୍ଲିକ୍ସ ସବସ୍କ୍ରିପସନ ଅଲଗା ନିଅନ୍ତି ତେବେ ଭାରତରେ ନେଟଫ୍ଲିକ୍ସର ମୌଳିକ ଯୋଜନାର ଦାମ ୧୯୯ ଟଙ୍କା ରହିଛି ।
