ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୪୬ ତମ ଏଜିଏମ୍ ବୈଠକ, ଜିଓ ଫୋନ୍ ୫ଜି ଏବଂ ୫ଜି ପ୍ରିପେଡ୍ ଯୋଜନା ହୋଇପାରେ ଲଞ୍ଚ
ମୁମ୍ଵାଇ : ଆଜି ଅପରାହ୍ନ ୨ଟାରୁ ଆରମ୍ଭ ହେବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୪୬ ତମ ଏଜିଏମ୍ ମିଟିଂ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଇଭେଣ୍ଟ ଅନୁଷ୍ଠିତ ହେବ । ନିବେଶକମାନେ ଏହି ଇଭେଣ୍ଟରେ https://jiomeet.jio.com/rilagm/ ମାଧ୍ୟମରେ ଯୋଗଦାନ କରିପାରିବେ। ଏହି ୪୬ତମ ଏଜିଏମ୍ ମିଟିଂରେ କମ୍ପାନୀ ଲୋକଙ୍କ ମଧ୍ୟରେ ଭବିଷ୍ୟତ ପାଇଁ ଏହାର ବ୍ୟବସାୟ ବ୍ଲୁ ପ୍ରିଣ୍ଟ ରଖିପାରିବ । ନିବେଶକମାନେ ଏହି ମିଟିଂରୁ ଜିଓର ଆଇପିଓ ଆଶା କରୁଛନ୍ତି। ହେଲେ ଅନେକ ଦଲାଲ୍ ସଂସ୍ଥା କହିଛନ୍ତି ଯେ ଚଳିତ ବର୍ଷ ଏହା ଘଟିବ ନାହିଁ। ଏହି ଇଭେଣ୍ଟରେ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଜିଓ ଫୋନ୍ ୫ଜି ଏବଂ ୫ଜି ପ୍ରିପେଡ୍ ଯୋଜନା ମଧ୍ୟ ଲଞ୍ଚ କରିପାରନ୍ତି।
ରିପୋର୍ଟ ଅନୁଯାୟୀ, ମାର୍କେଟ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେବେଠାରୁ ଆରଆଇଏଲ ଏବଂ ଜିଓ ଫାଇନାନ୍ସିଆଲ୍ ସର୍ଭିସେସ୍ ଲିମିଟେଡ୍ ଅଲଗା ହେବା ପରଠାରୁ, ମାର୍କେଟ୍ ଭବିଷ୍ୟତର ରିଟେଲ୍ ଆଇପିଓ ଏବଂ ରିଲାଏନ୍ସ ଜିଓ ଆଇପିଓ ସମ୍ବନ୍ଧରେ କିଛି ଠୋସ୍ ଘୋଷଣା ଆଶା ରହିଛି। ଏବେ ଦେଖିବାକୁ ପଡିବ ମୁକେଶ ଅମ୍ବାନୀ ଏହି ବୈଠକରେ କଣ ଘୋଷଣା କରୁଛନ୍ତି।
ବୈଠକରେ ଅମ୍ବାନୀ ଆରଆଇଏଲ ୫ଜି ରୋଲଆଉଟ୍ ଏବଂ ପ୍ରିପେଡ୍ ଯୋଜନା ଉପରେ ଅପଡେଟ୍ ଦେଇପାରନ୍ତି । ଜୁଲାଇରେ କମ୍ପାନୀ ୯୯୯ ଟଙ୍କାରେ ଜିଓ ଡିଭାଇସ୍ ଲଞ୍ଚ କରିଥିଲା। ଏହାର ଉଦ୍ଦେଶ୍ୟ ଥିଲା ୨ଜି ଟେକ୍ନୋଲୋଜି ବ୍ୟବହାର କରି ଗ୍ରାହକଙ୍କୁ କ୍ଲାସ୍ ୪ଜି ନେଟୱାର୍କରେ ଜିଓର ସର୍ବୋତ୍ତମ ଯୋଗାଇବା। କମ୍ପାନୀ ଏହି ଇଭେଣ୍ଟରେ ଜିଓ ଏୟାର ଫାଇବର ଏବଂ ଜିଓବୁକ୍ ଲାପଟପ୍ ମଧ୍ୟ ଲଞ୍ଚ କରିପାରେ। ଜିଓ ଆର୍ଥିକ ସେବା ଗୁଡିକର ବିସ୍ତାର ଯୋଜନାରେ ଅପଡେଟ୍ ଗୁଡିକ ମଧ୍ୟ ମିଳିପାରେ। ପ୍ରିପେଡ୍ ବଣ୍ଡଲ୍ ପ୍ୟାକ୍ ପାଇଁ ନେଟଫ୍ଲିକ୍ସ ସହିତ ସହଭାଗୀତା ଉପରେ ଆରଆଇଏଲ କିଛି ଅପଡେଟ୍ ଦେବେ ବୋଲି ଆଶା କରାଯାଉଛି । ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ରିଲାଏନ୍ସ ନ୍ୟୁ ଏନର୍ଜି ମଧ୍ୟ ସ୍ୱଚ୍ଛ ଶକ୍ତିରେ ବିନିଯୋଗ ଉପରେ ଘୋଷଣା କରିପାରେ।
