ଭୁବନେଶ୍ୱର ସହୀଦନଗର ଠାରେ ପାଂଟାଲୁନ୍ସର ନୂତନ ଷ୍ଟୋର୍ର ପୁନଃଶୁଭାରମ୍ଭ
ଭୁବନେଶ୍ୱର: ଲୋକପ୍ରିୟ ଓଲିଉଡ ଅଭିନେତ୍ରୀ ଭୂମିକା ଦାଶଙ୍କ ଦ୍ୱାରା ଭୁବନେଶ୍ୱର ସହୀଦନଗର ଜନପଥ ରୋଡ଼ସ୍ଥିତ ସୁରୁଚି ପ୍ଲାଜା ଠାରେ ପାଂଟାଲୁନ୍ସର ନୂତନ ଷ୍ଟୋର୍ର ପୁନଃଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଷ୍ଟୋର ମାଲିକ ଶ୍ରୀ ବିଶ୍ୱମୋହନ ପଟ୍ଟନାୟକ ଏବଂ ଶ୍ରୀମତୀ ଜୟଶ୍ରୀ ପଟ୍ଟନାୟକ ଓ ପାଂଟାଲୁନ୍ସ ସିଓଓ ଶ୍ରୀ କରନ ମେହେଟା ମଧ୍ୟ ଉପସ୍ଥିତ ରହିଛନ୍ତି । ଏହି ଷ୍ଟୋର୍ର ପୁନଃଶୁଭାରମ୍ଭ ଉପରେ ମତ ରଖି ପାଂଟାଲୁନ୍ସ ସିଓଓ ଶ୍ରୀ କରନ୍ ମେହେଟା କହିଛନ୍ତିଯେ, “ଆମର ସହୀଦନଗର ସ୍ଥିତ ଷ୍ଟୋର୍ର ପୁନଃଶୁଭାରମ୍ଭକୁ ନେଇ ମୁଁ ଅତ୍ୟନ୍ତ ଆନନ୍ଦିତ । ଯାହାର ଉନ୍ନତ ଗୁଣବତା ସାମଗ୍ରୀ ଏବଂ ସେବା ମୋ ହୃଦୟ ଜିତିଛି । ପାର୍ବଣ ଋତୁର ଆଗମନ ହେବା ସହିତ ଏହି ଷ୍ଟୋର୍ରେ ଆମେ ଅଧିକ ଗ୍ରାହକଙ୍କ ଆଗମନ ଆଶା କରୁଛୁ । ଗ୍ରାହକଙ୍କ ଅଭିଳାଷାକୁ ପୁରା କରିବା ଲାଗି ଏଠାରେ ଆମେ ସମସ୍ତ ପ୍ରକାରର ସାମଗ୍ରୀ ଉପଲବ୍ଧ କରାଇଛୁ । ସେହିଭଳି ଏହି ନୂତନ ଷ୍ଟୋର୍ର ପ୍ରଶଂସା କରି ଓଲିଉଡ ଅଭିନେତ୍ରୀ ଭୂମିକା ଦାଶ କହିଛନ୍ତିଯେ, “ନୂଆ ରୂପରେ ଉଦ୍ଘାଟିତ ଏହି ଷ୍ଟୋର ସମ୍ପୂର୍ଣ୍ଣ ଆଧୁନିକ ତଥା ଆକର୍ଷଣୀୟ ହୋଇଥିବାବେଳେ ଏଠାରେ ପୋଷାକ, ଆକ୍ସେସୋରିଜ ରୁ ଆରମ୍ଭ କରି ଗୃହୋପକରଣ ପର୍ଯ୍ୟନ୍ତ ସମସ୍ତ ସୁଖଦାୟକ ସାମଗ୍ରୀ ଗୋଟିଏ ଛାତତଳେ ଉପଲବ୍ଧ ହେଉଛି ।”
