ସଂପର୍କ ସାହିତ୍ୟ ସଂସ୍କୃତି ସଂସଦର କବିତା ଆସର
କଟକ : ସାରସ୍ୱତ ଅନୁଷ୍ଠାନ ସଂପର୍କ ସାହିତ୍ୟ ସଂସ୍କୃତି ସଂସଦର କବିତା ଆସର ଓ ଆଲୋଚନାଚକ୍ର ଉତ୍କଳମଣି ଶିଶୁ ଉଚ୍ଚଶିକ୍ଷା ମନ୍ଦିର ପରିସରରେ ସଭାପତି ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଶ୍ରୀଦୁର୍ଗା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି ପଣ୍ଡିତ ଚୈତନ୍ୟ କୁମାର ସାହୁ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଶ୍ରାବଣୀ ସାହିତ୍ୟ ସଂସଦର ସଭାପତି କବି ଉଦୟ କେଶରୀ ବର୍ମା, ମୁଖ୍ୟବକ୍ତା ବିଶିଷ୍ଟ ଶିକ୍ଷାବିତ୍ କବି ଚୈତନ୍ୟ କୁମାର ରାଉତ, ବରେଣ୍ୟ ଅତିଥି ଭାବେ ଗ୍ରାମ ସ୍ୱରାଜ୍ୟର ସଭାପତି କଳିଙ୍ଗରତ୍ନ ବ୍ରହ୍ମାନନ୍ଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ସୁନାମଧନ୍ୟ ପ୍ରବଚକ ପ୍ରଦୀପ୍ତ କୁମାର ମହାପାତ୍ର ଯୋଗଦେଇ ସାହିତ୍ୟିକ ବା କବି ନିରନ୍ତର ଲେଖନୀ ଚାଳନା ମାଧ୍ୟମରେ ସମାଜକୁ ପରିବର୍ତ୍ତନ କରିପାରନ୍ତି । ଓଡିଆ ଭାଷା ସାହିତ୍ୟର ସୁରକ୍ଷାରେ ସଂପର୍କ ସାହିତ୍ୟ ସଂସ୍କୃତି ସଂସଦର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତପ୍ରକାଶ କରିଥିଲେ । କବି ମନୋରଂଜନ ପଣ୍ଡା ଓ ଗୀତାଞ୍ଜଳି ପୃଷ୍ଟିଙ୍କ ସଂଯୋଜନାରେ କବି ରାଜକିଶୋର ସ୍ୱାଇଁ, ଅକ୍ଷୟ କୁମାର ବଳ, ଉତ୍ତମ ଚରଣ ପ୍ରଧାନ, ସଚ୍ଚିଦାନନ୍ଦ କର, ରଘୁନାଥ ତ୍ରିପାଠୀ, ହରେକୃଷ୍ଣ ଦଳାଇ, ନିରୂପମା ସାହୁ, ରଂଜନ କୁମାର ରାୟ, ରତନ ମହାନ୍ତି, ପ୍ରଭାତିରାଣୀ ମହାନ୍ତି, ବସନ୍ତ ସାହୁ, ସୁରେନ୍ଦ୍ର ଜେନା, ଅଶ୍ୱିନୀ କୁମାର ସେଠୀ, ଶଶୀଭୁଷଣ ଜେନା, କ୍ଷୀରୋଦ କୁମାର ଜେନା, ପ୍ରଭାକର ଦାସ, କୁନଲତା ତ୍ରିପାଠୀ, ସ୍ନେହଲତା ଦ୍ୱିବେଦୀ, ବ୍ରଜବନ୍ଧୁ ପୃଷ୍ଟି, ସଂଯୁକ୍ତା ଦାଶ, ମହେନ୍ଦ୍ର ସାହୁ, ସୁରେନ୍ଦ୍ର ମହାପାତ୍ର ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । କବି ଆଦିତ୍ୟ ରଂଜନ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ କବି ସୁୁଶୀଳ କୁମାର ରାଉତ ଧନ୍ୟବାଦ ଦେଇଥିଲେ ।
